କବିତା
ଏ ଧରା ତ ସରଗପୁରୀ

ଏ ଧରା ତ ସରଗପୁରୀ
ସମୟକୁ ହସ ଖୁସିରେ ଭରିଲେ
ଜୀବନ ଉଠିବ ପୂରି
ଏ ଧରା ତ ସରଗପୁରୀ।
ଏଠି ସଭିଏଁ ତ ଆପଣାର
ତେଣୁ କାହାକୁ ନ ମଣ ପର
ଅନ୍ୟର ସୁଖରେ ଟିକିଏ ହସିଲେ
ନିଜ ଘର ଯିବ ଭରି
ଜୀବନ ଉଠିବ ପୂରୀ।
ଆଜି ସପନ କରିବା ସତ
ଚାଲ ସଭିଙ୍କୁ କରିବା ମିତ
ଆମ ଏ ସଂସାର ଏକ ପରିବାର
ତାକୁ ଗଢିବା ସୁନ୍ଦର କରି
ଜୀବନ ଉଠିବପୂରି।
∎
ଖଣ୍ଡଗିରି(ଡୁମଡୁମା-କ)
ଭୁବନେଶ୍ବର- 751030
ମୋ – 9777968719

ଲେଖା ସମ୍ପର୍କୀୟ ମତାମତ
ଧୀରେନ ମିଶ୍ର
15-06-2025 / 15:26:26
କବିତା ମାଧ୍ୟମରେ ସୁନ୍ଦର ବାର୍ତ୍ତାଟିଏ । ସାର୍ ପ୍ରଣାମ ।
Minati pattnayak
31-05-2025 / 19:39:31
Bahut sundar
ଜୟକୃଷ୍ଣ ସାହୁ
31-05-2025 / 11:06:46
କଵିତାଟି ଭଲଲାଗିଲା। ଧନ୍ୟବାଦ।
Sanjukta parichha
31-05-2025 / 09:37:55
ଲେଖା ଟି ସୁନ୍ଦର ହୋଇଛି ।