Skip to content
ଶିଶୁ କିଶୋର

କବିତା

ମାଆ ପାଇଁ ଦିନଟିଏ ଗୀତ ଟିଏ ଗାଆଟି

ମାଆ ପାଇଁ ଦିନଟିଏ ଗୀତ ଟିଏ ଗାଆଟି

ଗଛ ଆମ ମାଆଟି
ତାପାଇଁ ସୁନ୍ଦର ଦିଶେ
ଆମ ଟିକି ଗାଆଁ ଟି।
ଗଛ ଆମ ମାଆଟି
ତା କୋଳେ ଆନନ୍ଦେ ଖେଳୁ
ହସିହସି ଆହାଟି।
ଗଛ ଆମ ମାଆଟି
ପଣତ କାନି ମେଲାଇ
ଡାକୁଥାଏ ଆଆଟି।
ଗଛ ଆମ ମାଆଟି
ତାଆପାଇଁ ବୋହୁଥାଏ
ସୁଲୁସୁଲୁ ବାଆ ଟି।
ଗଛ ଆମମାଆଟି
ଫୁଲ ଦିଏ ଫଳ ଦିଏ
ହୁଏ ପୁଣି ସାହାଟି।
ଗଛ ଆମ ମାଆଟି
କାଠ ଦିଏ ପତ୍ର ଦିଏ
ଚେରମୂଳ ଯାହାଟି।
ଗଛ ଆମ ମାଆଟି
ଖରାବେଳେ ଛାଇ ଦିଏ
ଦିଏ ପୁଣି ରାହା ଟି।
ଗଛ ଆମ ମାଆଟି
ତା କାଠରେ ଗଢା ହୁଏ
ନଈକୂଳ ନାଆଟି।
ଗଛ ଆମ ମାଆଟି
ପାହାଡ ଜଙ୍ଗଲ ଦିଶେ
କି ସୁନ୍ଦର ଆହାଟି।
ଗଛ ଆମ ମାଆଟି
ତାପାଇଁ ସବୁଜ ଧରା
ପ୍ରୁଥିବୀର ନାଆଁ ଟି।
ଗଛ ଆମ ମାଆଟି
ତାପାଇଁ ଆନନ୍ଦ ମନେ
ଗୀତଟିଏ ଗାଆଟି ।
ଗଛ ଆମ ମାଆଟି ।
∎
ନୀଳଚକ୍ର ନଗର
ଅଠରନଳା, ପୁରୀ -୨
୯୩୩୭୬୯୬୨୨୭

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

31-05-2025 / 11:18:12

ପିଲାମାନଙ୍କ ପାଇଁ ସୁନ୍ଦର ଓ ସରଳ ଭାଷାରେ କବିତାଟି ଉପସ୍ଥାପନା କରାଯାଇଛି। ସେଥିପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ।

ବୀରେନ୍ଦ୍ର ମହାନ୍ତି

31-05-2025 / 10:51:14

ଗଛ ପାଇଁ ଦିନଟିଏ ସୁନ୍ଦର ପରିକଳ୍ପନା

ରଘୁନନ୍ଦନ ମହାପାତ୍ର।

31-05-2025 / 09:49:41

ସୁନ୍ଦର ସରଳ ଭାଷାରେ ଉପସ୍ଥାପନା। ଧନ୍ୟବାଦ।

Sanjukta parichha

31-05-2025 / 09:49:13

ଗଛକୁ ନେଇ ସୁନ୍ଦର କବିତାଟିଏ । ଶୁଭେଚ୍ଛା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion