କବିତା
ଆସିଛି ରଜ

ଆସରେ କୁନା ମଇନା ମୁନା
ଆଉ ଯେତେକ ସାଥି
ଆସିଛି ରଜ ହୋଇଣ ସଜ
ଖେଳରେ ଯିବା ମାତି ।
ଖାଇବା ମିଠା ଆରିସା ପିଠା
ଖିରୀ, କାକରା, ପୋଳି
ଗଛ`ତ କାହିଁ ଦିଶଇ ନାହିଁ
ବାନ୍ଧିବା ପାଇଁ ଦୋଳି ।
ଧାଇଁ ଦଉଡି ଲୁଡୁ, କଉଡି
ପଟା ଯୋଗାଡି ଆଣି
ଡୁ-ଡୁ,ବାଗୁଡି ଖୋ-ଖୋ,କବାଡି
ବୋହୁ-ବୋହୁକା ରାଣୀ ।
ସାଇ ଭାଇରେ ମିଳି ଯାଇରେ
ଏହି ବାରତା ଦେବା
ଏକରେ ଆନ ତୁଟାଇ ମାନ
ବରିବା ଦେଶସେବା ।
ରୋଇଲେ ଗଛ ହୋଇବ ସ୍ବଚ୍ଛ
ଆମରି ପରିବେଶ
ଗ୍ରୀଷମ ଦାଉ ନଥିବ ଆଉ
ହସିବ ସୁନାଦେଶ ।
∎
ଶୁଶୁଡା, ଅନୁଗୋଳ
ମୋ - 7978087891

ଲେଖା ସମ୍ପର୍କୀୟ ମତାମତ