Skip to content
ଶିଶୁ କିଶୋର

କବିତା

ଗଣି କି ପାରିବା

ଗଣି କି ପାରିବା

ଗଣି କି ପାରିବା ସାଗର ବକ୍ଷରେ
କେତେ ଯେ ଲହରୀ ଉଠେ
ଗଣି କି ପାରିବା ଆକାଶ ଛାତିରେ
କେତେ ତାରା ଫୁଲ ଫୁଟେ
ଗଣି କି ପାରିବା ନଈପଠା ଶେଯେ
ଅଛି କେତେ ବାଲି ରେଣୁ
ଗଣି କି ପାରିବା ପଦାର୍ଥ ଭିତରେ
କେତେ ଅଣୁ ପରମାଣୁ।

ଗଣି ନପାରିବା ପୋଥି ପତରରେ
ଥିବା ତଥ୍ଯ ପରିମାଣ
ଗଣି ନପାରିବା ଗ୍ଯାନ ଭଣ୍ଡାର ରେ
ଭରି ଅଛି କେତେ ଗ୍ଯାନ
ଗଣି ନପାରିବା ପିତାମାତାଙ୍କ ର
ବାତ୍ସଲ୍ୟ ମମତା କେତେ
ମାପି ହେବ ନାହିଁ ଦୁଃଖୀ ମଣିଷର
ଯାତନା ଯନ୍ତ୍ରଣା ଯେତେ।

ଗଣି ହେବ ନାହିଁ ଜାଣି ହେବ ନାହିଁ
ମାପି ହେବ ନାହିଁ ଯାହା
ଜଗତ ଈଶ୍ବର ଏକା ଅଧୀଶ୍ଵର
ଉତ୍ତର ଦେବାକୁ ତାହା।


∎

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମାର୍ଚ୍ଚ:୨୦୨୫ , ଦ୍ଵିତୀୟ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଲଷ୍ମୀ କାନ୍ତ ଖୁଣ୍ଟିଆ

01-03-2025 / 11:59:38

କବିତା ଟି ପିଲାମାନଙ୍କୁ ଈଶ୍ଵରାଭିମୁଖୀ କରାଇବ. ଜ୍ଞାନ ନ ହୋଇ ଗ୍ୟାନ ରହିଛି କବିତା ରେ, ଯାହା ଆମ ପିଲାମାନଙ୍କୁ ଦ୍ଵନ୍ଦ୍ବରେ ପକାଇବ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion