କବିତା
ଶୀତ ଟିକେ ଟିକେ ଆସିଲା

ଶୀତ ଟିକେ ଟିକେ ଆସିଲା
ଘାସରେ କାକର ବିନ୍ଦୁ ପଡ଼ି
ରପା ରଙ୍ଗପରି ଦିଶିଲା।
ସୁନା ରଙ୍ଗ ଧାନ ଦିଶିଲା
କ୍ଷେତ ରେ ପାଚି ସୁନ୍ଦର ରୂପେ
ଚଉଦିଗଶୋଭା ବଢ଼ିଲା।
ଶିଶୁ ଦିବସ ଟି ଆସିଲା
ବିଦ୍ୟାଳୟ ଠାରୁ ପୁର ପଲ୍ଲୀ
ନେହେରୁ ନାମଟି ଶୁଭିଲା।
କାର୍ତ୍ତିକ ମାସଟି ଆସିଲା
ସ୍ନାନ ଶଉଚରେ ନରନାରୀ ଙ୍କ
ହରି ନାମ ମୁଖେ ଭାଷିଲା।
ପ୍ରଥମାଷ୍ଟମୀ ଟି ଆସିଲା
ବଡ଼ପୁଅ ପାଇଁ ପୀଠାପଣା
ଘରଟି ମହକି ଉଠିଲା।
ଶୀତ ଟିକେ ଟିକେ ଆସିଲା
କ୍ଷେତରୁ ଖଳାକୁଧାନ ଆସି
ଘରକୁ ଯିବାକୁ କହିଲା।
ଶୀତ ଟିକେ ଟିକେ ଆସିଲା
ସକାଳରୁ ହୁଳହୁଳୀ ଡାକ
ଲକ୍ଷ୍ମୀ ପୂଜା ପାଇଁ କମ୍ପିଲା
ଶୀତ ଟିକେ ଟିକେ ଆସିଲା।
∎
ଟିଟିଲାଗଡ଼ ବଲାଙ୍ଗୀର

ଲେଖା ସମ୍ପର୍କୀୟ ମତାମତ
ଧୀରେନ ମିଶ୍ର
02-11-2025 / 21:16:38
ଋତୁ ବର୍ଣ୍ଣନା ଚମତ୍କାର ହୋଇଛି । କବିଙ୍କୁ ଅନେକ ଅନେକ ଅଭିନନ୍ଦନ । ପ୍ରଣାମ ।