କବିତା
ଚାଇଁ ଖିରିକି

ଚାଇଁ ଖିରିକି,
କହିଲା ଆଠ -ତିନି ତିରିକି
ଗୁରୁଜୀ କରିଲେ - ଆଁ ,
କହିଲେ - ଚାଇଁ ଲୋ,
କି କରିବି ମୁଁଇ,
ପଡ଼ିବ ମୋ`ରି ନାଆଁ ! ।୧।
ଚାଇଁ ଖିରିକି,
ପୁଣି କହିଲା - ପାଟି ଚିରିକି
ତିନି ତିରିକି ଛଅ
ଗୁରୁଜୀ କହିଲେ -
ନାଇଁ ଲୋ ଖିରିକି,
ତିନି ତିରିକି ନଅ । ।୨।
ଚାଇଁ ଖିରିକି,
ଚାଇଁ ଖିରିକି,
ପାଦ ପକେଇଲା ଥିରି ଥିରିକି,
ଗୁରୁଜୀ ହସିଲେ ଠୋ,
ଚାଇଁ ଯେଉଁଦିନ
ପ୍ରଥମ ହୋଇଲା
ବାଣ ଫୁଟିଗଲା ଢ଼ୋ ! ।୩।
ଅବସରପ୍ରାପ୍ତ ଶିକ୍ଷକ, ସତ୍ୟବାଦୀ
ମୋ-୮୭୬୩୩୦୨୫୦୭

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
04-02-2024 / 16:52:02
କବିତାଟି ମନଛୁଆଁ ହୋଇଚି।
Satya Narayan Mishra
02-02-2024 / 19:37:01
କବିତାଟି ବହୁତ ମନଛୁଆଁ ଓ ଶିକ୍ଷଣୀୟ ହୋଇଛି।
ହରିପ୍ରିୟା ପଟ୍ଟନାୟକ
29-01-2024 / 18:26:29
ମଜା ଶିକ୍ଷଣୀୟ କବିତା।