Skip to content
ଶିଶୁ କିଶୋର

କବିତା

ଭଲ ପ୍ରତି ଧ୍ୟାନ ଦେବା

ଭଲ ପ୍ରତି ଧ୍ୟାନ ଦେବା

ଭଲ କଥା ପଦେ ଶୁଣି ଦେଲେ ଆମ
ମନ ଖୁସି ହୋଇ ଯାଏ
ଭଲ ଗୀତ ଟିଏ କାନେ ବାଜି ଗଲେ
କେତେ ଖୁସି ଲାଗି ଥାଏ।

ଭଲ କାମେ ଆମେ ଲାଗି ପଡ଼ି ଥିଲେ
ମନ ଭାରି ଖୁସି ଥାଏ
ଭଲ ସାଙ୍ଗ ସାଥେ ଥିଲା ବେଳେ କେତେ
ଖୁସି ହୋଇ ବେଳ ଯାଏ ।

ଭଲ ପରିବେଶ ଘରେ ଆମ ଥିଲେ
ଖୁସି ଭାବ ସଦା ଜାଗେ
ଭଲ ମନେ ସବୁ କାମ କରୁ ଥିଲେ
ଘର ସ୍ବର୍ଗ ସମ ଲାଗେ ।

ଦେହ ଭଲ ପାଇଁ ଭଲ ଖାଦ୍ୟ ଲୋଡା
ଏଥି ପ୍ରତି ଦୃଷ୍ଟି ଦେବା
ଦେହ ଭଲ ଥିଲେ ମନ ଭଲ ରହେ
ଆମେରେ ସଜାଗ ହେବା ।

ଭଲ ମନ ରଖି ପରିବେଶ ପ୍ରତି
ସଚେତନ ଆମେ ହେବା
ଗଛ ଲଗାଇବା ଯତ୍ନ ତାର ନେବା
ନିୟମିତ ଦୃଷ୍ଟି ଦେବା।

ଭଲ ପାଠ ପଢି ଭଲ କଥା କହି
ଭଲ ଗୁଣ ଆଚରିବା
ଆମ ଭଲ କାମେ ଦେଶ ଭଲ ହେବ
ଭଲ ପ୍ରତି ଧ୍ୟାନ ଦେବା।
*
ମିଶ୍ର କଲୋନୀ
ଶାଳ ପଡ଼ା, କେନ୍ଦୁଝର
ଦୂରଭାଷ – ୯୪୩୮୪୧୪୭୦୧

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ସଂଯୁକ୍ତା ପରିଚ୍ଛା

30-01-2024 / 14:44:30

ପିଲାଙ୍କ ପାଇଁ ଶିକ୍ଷଣୀୟ ବିଷୟବସ୍ତୁ ଉପରେ ଆଧାରିତ କବିତା ଭଲ ଲାଗିଲା ।

ହରିପ୍ରିୟା ପଟ୍ଟନାୟକ

29-01-2024 / 18:24:04

ଭଲହେଇଛି କବିତାଟି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion