Skip to content
ଶିଶୁ କିଶୋର

କବିତା

ଆମରି ଘର ଭାରି ସୁନ୍ଦର

ଆମରି ଘର ଭାରି ସୁନ୍ଦର

ଗାଆଁଟି ଆମର ଭାରି ସୁନ୍ଦର
ସେ ଗାଆଁରେ ଆମ ଛୋଟିଆ ଘର
ସେଇଠି ରହୁ ସେଇଠି ଖାଉ
ସେଇ ଘରେ ସୁଖେ ନିଦରେ ଶୋଉ।
ଦାଣ୍ଡଘର ଆମ ଅତିଥିଶାଳା
ବାରିଆଡ଼େ ଧାନ ବିରିର ଖଳା
ଧାନ ବିରି ଆଣି ଡୋଲିରେ ଭରୁ
ଅତୀଥି ଆସିଲେ ଚରଚା କରୁ।
ତା`ପରକୁ ଆମ ରୋଷେଇଘର
ବୋଉ ରଖେ ସଦା ସଫାସୁତର
ଜାଇ ରଗଡ଼େ ଶାଗ ଖରଡ଼େ
ଖାଦ୍ୟ ରାନ୍ଧି ବୋଉ ଥାଳିରେ ବାଢ଼େ।
ରୋଷଘର ପରେ ଶୋଇବାଘର
ଗାଧୁଆ ଘରଟା ପାଖରେ ତା`ର
ଠାକୁରଙ୍କ ଘରେ ପ୍ରାର୍ଥନା କରେ
ପଢ଼ାଘରେ ପଢ଼ି ଦିନଟି ସାରେ।

କପିଳପ୍ରସାଦ,ଭୁବନେଶ୍ବର-୨
ମୋ-୯୯୩୭୦୯୨୩୯୭

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

04-02-2024 / 16:22:50

ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ୍ ମାମ୍।

ହରିପ୍ରିୟା ପଟ୍ଟନାୟକ

29-01-2024 / 18:22:17

ଭଲହେଇଛି କବିତାଟି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion