Skip to content
ଶିଶୁ କିଶୋର

କବିତା

ଚାଲ ବୁଲିଯିବା ଚିଲିକା

ଚାଲ ବୁଲିଯିବା ଚିଲିକା

ଚାଲ ବୁଲିଯିବା ଚିଲିକା ପିଲାଏ
ଶୀତ ଯାଉଅଛି ସରି
ସେଠାରେ ଦେଖିବା ବିଦେଶୀ ପକ୍ଷୀ ଓ
ଡ଼ଲଫିନ ବୁଲିବୁଲି।
ତରତର ହୋଇ କାମ ସାରିଦିଅ
ଶୀତ କୁ ଯାଅନି ଡରି
ଦେହକୁ ହିତ ଏ ଶୀତ ତେଣୁ ଲୋକେ
ଯାଆନ୍ତି ଏ ଦିନେ ବୁଲି।
ପାଣିରେ ଚାଲନ୍ତି ବିଦେଶୀ ପକ୍ଷୀ ଏ
ଡ଼ ଅ ଗ, ଡ଼ ଅ ଗ ସେଠି
ସାଇବେରିଆ ର ଶୀତ କୁ ଡରି ସେ
ଉଡ଼ି ଆସିଛନ୍ତି ଏଠି।
ହଂସ, ହଂସରାଳି, ମାଛରଙ୍କା, ବଗ
କାଣ୍ଟିବଗ, ଗେଣ୍ଡାଳିଆ
ଚକୁଆ, ଚକୋଇ, ହରଡ ଚଢ଼େଇ
ଭଳି ଭଳି ପାଣିକୁଆ।
ପାଣି ପଙ୍କ କାଟି ସାତପଡ଼ା ଆଡେ
ଭାସି ଚାଲେ ଯେବେ ନାଆ
ମଥା ଟେକି ସେବେ ଉଠଇ ଡ଼ଲଫିନ
ଦିଶେ ଭାରି କୌତୁକିଆ।
ଯିବାବେଳେ ସଙ୍ଗେ ନେଇଥିବା ପାଣି
ବୋତଲ ପ୍ୟାକେଟ ଜରି
ଫିଙ୍ଗିବାନି ତାକୁ ପ୍ରଦୂଷଣ ପରା
ପାଣିରେ ଗଲାଣି ବଢ଼ି।
ମୋଟର ବୋଟ ର ଘୁରୁଥିବା ପଙ୍ଖା
ଚିଙ୍ଗୁଡ଼ି ଘେରିର ଜାଲ
ବିରଳ ପ୍ରଜାତି ଡ଼ଲଫିନ ପାଇଁ
ହୋଇଲାଣି ପରା କାଳ।
ବିଦେଶୀ ବିହଙ୍ଗ ଡ଼ଲଫିନ ଙ୍କ ଡର
ଯଦି ଦୂର ହେବ ନାହିଁ
ଶିରୀହୀନ ହେବ ସୁନ୍ଦରୀ ଚିଲିକା
ବୁଲି ଆସିବେନି କେହି।।
∎
ମୋ -୯୪୩୭୦୦୦୬୩୬

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଏପ୍ରିଲ:୨୦୨୫ , ଦ୍ଵିତୀୟ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

କୁମାର ସୁଧୀରଜୀ

14-04-2025 / 13:59:26

ଚିଲିକା ନାମେ ପଢିଲା ପରେ ଏଇ ସୁନ୍ଦର କବିତା ଲାଗିଲା ସତେ ଝରିଯାଉଛି ନୂଆ ଶବ୍ଦ ସରିତା ରହିଛି ଯହିଁ ଶିଶୁ ସୁଲଭ ସକଳ ଉପାଦାନ ରଚିଚାଲନ୍ତୁ ଏମିତି ଗୀତ ବଢୁ ଭାଷାର ମାନ ଅଶେଷ ସୁମନାସ ଘେନିବ କବି ବନ୍ଧୁ ଧନଞ୍ଜୟ ପାଠକଠାରୁ ଘେନିବେ ହୃଦୁ ଧନ୍ୟବାଦ ନିଶ୍ଚୟ

ବୀରେନ୍ଦ୍ର ମହାନ୍ତି

07-04-2025 / 19:22:42

ସୁନ୍ଦର ସନ୍ଦେଶ

ବୀରେନ୍ଦ୍ର ମହାନ୍ତି

07-04-2025 / 19:21:00

ଖୁବ୍ ସୁନ୍ଦର ତଥ୍ଯ ସମ୍ବଳିତ ଲେଖା। ଚିଲିକା ନଦେଖି ଥିବା ପିଲାମାନଙ୍କୁ ସୁନ୍ଦର ସନ୍ଦେହ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion