କବିତା
ରଜରେ ମଜା

ଆସୁଛି ରଜ କର ମଉଜ
ଝିଅଙ୍କ ଏ ପରବ,
ତିନିଦିନିଆ ଚାଷ ଭିତ୍ତିକ
ଓଡ଼ିଶା ମାଟି ସରସ ।
କହିଲେ ମାମା ପୁଅ ଝିଅଙ୍କୁ
ଖୁସିରେ କରିବା ମଜା,
ଘର ବୁଲିବା ପିଠା ଖାଇବ।
ସାଙ୍ଗଙ୍କୁ ହେବ ଦେଖା ।
ରିୟା, ରାହୁଲ୍ ଯୋଡ଼ି ଯାଆଁଳ।
ପୁଅ ଓ ଝିଅ ମିଶି,
କହିଲେ ମାମା ଗରମ ଦିନେ
କି ମଜା କରିବା ବସି ?
ମାମା କହିଲେ ନୂଆ ବରଷା
ମାଟିରେ ଭିଜି ଯିବ,
ସବୁଜ ଘାସ କଅଁଳି ଯିବ
ଦେହ ବି ଥଣ୍ଡା ଲାଗିବ ।
ନାଚ,ଗୀତରେ ରଜ ଦୋଳିରେ
ନୂଆ ପୋଷାକ ପିନ୍ଧି,
କାମକୁ ଛାଡ଼ି ଖେଳ କୌତୁକ
ମନ ଆନନ୍ଦେ ମାତି ।
ପହିଲି ରଜ ସଜବ।ଜରେ
ସଜେଇ ହେବେ ଝିଅ,
ପରେ ସଂକ୍ରାନ୍ତି ଭୂଇଁ ଦହନ
ରଜରେ ମଜା ନିଅ ।
∎
( ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ)
ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ, ପୁରୀ ସଦର ବ୍ଲକ୍ , ପୁରୀ, କୋଣାର୍କ ।

ଲେଖା ସମ୍ପର୍କୀୟ ମତାମତ