କବିତା
ତାଳି ଟେ ମାରିଲା ଖୁସିରେ

ମିଛେରେ
ବିଲେଇ ବସିଛି ଗଛେରେ ।
ପାଟିରେ ଧରିଛି ମାଛଟେ
ମାଆ ପିଟି ଦେଲେ ବାଡ଼ିଟେ ।
ମାଛଟି ପଡିଲା ତଳେ
ମାଆ ତାକୁ ନେଇଗଲେ ।
ବାଟିଲେ ମସଲା ହଳଦୀ
ଝୋଳ କରିଦେଲେ ଜଲଦି ।
ବାଢ଼ିଲେ ଗରମ ଭାତକୁ
ଆସେ ଡାକିଲେ କୁନାକୁ ।
ଝୋଳ ଟା ସୁଆଦ ଲାଗିଲା
କୁନା ଚାଟିଚୁଟି ଖାଇଲା ।
ବିରାଡ଼ି ଦୁଃଖରେ ଶୋଇଲା
ମ୍ୟାଉଁ ମ୍ୟାଉଁ କାନ୍ଦିଲା ।
ବିଲେଇ ନଥିଲା ଗଛରେ
କୁନା ଭାବୁଥିଲା ମନରେ
ତାଳିଟେ ମାରିଲା ଖୁସିରେ ।
∎
ଭୂଦାନ ନଗର, ଚକ୍ରତୀର୍ଥ ରୋଡ, ପୁରୀ
ଫୋନ୍ - ୯୧୦୮୩୩୦୭୪୪

ଲେଖା ସମ୍ପର୍କୀୟ ମତାମତ
ଡଃ ବିଜୟା ପାତ୍ର
01-08-2024 / 10:27:13
ପ୍ରଥମ ଦୁଇ ଧାଡି ମିଛରେ, ଗଛରେ, ଲେଖିଥିଲେ ବୋଧହୁଏ ଅଧିକ ଭଲ ହେଇଥାନ୍ତା। କବିତାର ଭାବ ଠିକ୍ ଅଛି। ଭଲ ଲାଗିଲା।