କବିତା
ସେଇ ମୋ ପ୍ରିୟ ଗାଆଁଟି

ମାଟିରେ ଗଢ଼ା ସରଗ ମୋର
ମାଆଟି ପରି ଭାରି ନିଜର
ତା`ପରି କେହି ନାହାନ୍ତି,
ସେଇ ମୋ ପ୍ରିୟ ଗାଆଁଟି।
ସେଇଠି ଅଛି ମୋ ଷଠିଘର
ସେଇଠି ବନ୍ଧା ଭାବର ଡୋର
ମୋ ବାପା ମାଆ ଭଉଣୀ ଭାଇ
ସରଵେ ମୋର ସାହାଟି
ସେଇ ମୋ ପ୍ରିୟ ଗାଆଁଟି।
ତା` କୋଳେ ଉଡ଼େ ପରଜାପତି
ସଵୁଠୁ ଭଲ ମୋ ସାଙ୍ଗସାଥୀ
ତା` ଆମ୍ଵ ଡାଳେ କୋଇଲି ବସି
କରଇ କୁହୁ କୁହୁଟି
ସେଇ ମୋ ପ୍ରିୟ ଗାଆଁଟି।
ତା`କୋଳେ ନଈ ନାଳ ଗାଡ଼ିଆ
ତଇଲା ବିଲ ବଣ ପଡ଼ିଆ
ନଡ଼ିଆ ଗଛ ଧାଡ଼ିକି ଧାଡ଼ି
ଶୋଭାରେ ଵଳି ଯାଏଟି
ସେଇ ମୋ ପ୍ରିୟ ଗାଆଁଟି।
ଵାର ମାସରେ ତେର ପରଵ
ରଜ ପରଵ ଆମ ଗରଵ
ହୋଇକି ମେଳି ଖେଳଉ ଦୋଳି
ରଜପାନକୁ ଖାଇଟି
ସେଇ ମୋ ପ୍ରିୟ ଗାଆଁଟି।
ମୋ ଗାଆଁ ମୋତେ ଲାଗଇ ଭଲ
ସବୁଠୁ ଭଲ ମୋ ମାଆ ଗେଲ
ମା` ଜାଗୁଳାଇ ମୋ ଗାଆଁ ଦେଵୀ
ବିପଦେ ହୁଏ ସାହାଟି
ସେଇ ମୋ ପ୍ରିୟ ଗାଆଁଟି।
∎
କପିଳ ପ୍ରସାଦ, ଭୁବନେଶ୍ୱର-୨
ମୋ-୯୯୩୭୦୯୨୩୯୭.

ଲେଖା ସମ୍ପର୍କୀୟ ମତାମତ
Chinmayee Mohanty
22-08-2024 / 23:06:53
କବିତାଟି ଭଲ ହୋଇଛି ।
ଡଃ ବିଜୟା ପାତ୍ର
01-08-2024 / 10:30:29
ବହୁତ ବଢିଆ ହେଇଛି ଗାଁ ବିଷୟକୁ ନେଇ। କେଉଁଠି କେଉଁଠି ସାମାନ୍ଯ ଶବ୍ଦ ବଦଳ କଲେ ଆଉଟିକେ ଅଧିକ ଭଲ ଲାଗିବ।