Skip to content
ଶିଶୁ କିଶୋର

କବିତା

ଭଲ ମଣିଷଟେ ହେବି

ଭଲ ମଣିଷଟେ ହେବି

ଖରାଛୁଟି ଗଲା ସ୍କୁଲ ଖୋଲିଲା
ମାମା ମୋତେ ସଜକର
ବହିଖାତା ଦିଅ ପାଠ ପଢି ଯିବି
ନାହିଁ ଲୋ ପାଠକୁ ଡର.
କେତେଦିନ ହେଲା ସାଙ୍ଗଙ୍କୁ ଦେଖିନି
ହୋଇନି କଥା ବି ପଦେ
ସକାଳ ହେଲେ ବି ଉଠୁ ତ ନ ଥିଲି
ଶୋଇଯାଉଥିଲି ନିଦେ.
ସେ ଅଭ୍ୟାସ ଏବେ ଚଳିବ ନାହିଁ ତ
ସଅଳ ଉଠିବି ମୁହିଁ
ନିଜ କାମ ସାରି ବାହାରି ପଡିବି
ମୋର ପାଠପଢା ପାଇଁ.
ଯେଉଁ ଦିନ ପାଠ ସେ ଦିନ ସାରିବି
ବାକିଆ ରଖିବି ନାହିଁ
ଗୁରୁଜୀଙ୍କଠାରୁ ଆଶିଷ ଲଭିବି
ଭଲ ଚାଟ ହେବି ମୁହିଁ.
ଭଲ ପାଠ ପଢି ବାପା ମାମାଙ୍କର
ସୁନାମ ବଢ଼ାଇ ଦେବି
ଦୁନିଆ ଆଗରେ ପରିଶ୍ରମ କରି
ଭଲ ମଣିଷଟେ ହେବି.

∎
ସହକାରୀ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ, ଶହୀଦନଗର
ଭୁବନେଶ୍ୱର-751007

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅଗଷ୍ଟ:୨୦୨୪ , ପ୍ରଥମ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

01-08-2024 / 22:34:35

ପିଲାମାନଙ୍କ ଅନୁଭୂତି ଓ ଅଭ୍ୟାସକୁ ଶିକ୍ଷକ ଠିକ୍ ଵୁଝିଛନ୍ତି। ଭଲଲାଗିଲା।

ଡକ୍ଟର ବସନ୍ତ କିଶୋର ସାହୁ

01-08-2024 / 10:48:41

ଅତି ସୁନ୍ଦର ଲେଖା ।

Dr. Bijaya patra

01-08-2024 / 10:00:22

ବହୁତ ବଢିଆ ହେଇଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion