Skip to content
ଶିଶୁ କିଶୋର

କବିତା

ଆମେ ଟିକି ସେନା

ଆମେ ଟିକି ସେନା

କୁଳୁକୁଳୁ ସୁରେ ଚାଲୁ ଆମେ
ଟିକି ବନ ଝରଣା,
ଆଗକୁ ମାଡି ଯିବୁ ରେ ସଦା
ନହୋଇ ବାଟ ବଣା।
ଚଳଚଞ୍ଚଳ ଆମରି ପାଦ
ମାନୁନା କା`ର ମନା,
ମାନୁନା କିଛି ବାଧା ବନ୍ଧନ
ସରଳ ଆମେ ସିନା।
ନୂତନ ଯୁଗ ଆମେ ଗଢିବୁ
ଆମେ ବାନରସେନା,
ସାଗରେ ବୁଡି, ଶଇଳେ ଚଢି
ବାନ୍ଧିବୁ କୀର୍ତ୍ତି ବାନା।
ଆସୁରେ ଝଡ,ଆସୁ ବତାସ
କିଛି ଆମେ ଡରୁନା,
ଛୋଟିଆ ଆମ ଜୀବନେ ଭରା
ଅନେକ ସମ୍ଭାବନା।
ଗାଇବୁ ଆମେ ଅଭୟ ଗୀତି
ଗାଇବୁ ଶାନ୍ତି ଗାନା,
ଧରମ ପଥେ ଚାଲିବୁ ସଦା
କରମ କରି ଘେନା।
ଦୂରେଇ ଦେବୁ ବଇରୀ ଆମ
ମଥା ନୋଇଁବା ବିନା,
ଦେଶର ଯଶ,ଟେକ ରଖିବୁ
ଆମେରେ ଟିକି ସେନା।
∎
ପାଣ୍ଡବ ନଗର,ଭୁବନେଶ୍ବର,,,୧୮

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion