କବିତା
ଶିଶୁ ଦିବସ

ଏଇ ବଗିଚାର ଫୁଲ କଢ଼ି ତୁମେ
ଫୁଟି ହସୁଅଛ ମହକ ଦେଇ
ମହକାଇ ଦିଅ ସାରା ଜଗତକୁ
ହସି ଉଠିବ ଏ ଭାରତ ଭୂଇଁ ।
ତୁମେ ଅଛ ବୋଲି ମୁଁ ଅଛି ଏଠି
ତୁମ ପାଇଁ ଏଇ ଶରୀର ମୋର
ମାଟିର ପିଣ୍ଡୁଳା ମନଟି ତୁମର
ତୁମ ମନ ପ୍ରିୟ ମୁଁ କାରିଗର ।
ଟିକି ଡେଣା ମେଲି ଉଡ଼ିବ ଦୂରକୁ
ଦେଖିବ ଦୁନିଆଁ କି ମନୋହର
ତୁମେ ସାଜିବ ଟି ଏଇ ଦୁନିଆଁରେ
ମହାନ ନାୟକ କର୍ମର ବୀର ।
ତୁମରି ଆଲୋକେ ଆଲୋକିତ ହେବ
ହଟିବ ଦୁଃଖର ଅମା ଅନ୍ଧାର
ତୁମେ ଟି ହସିଲେ ଏ ବିଶ୍ଵ ହସିବ
ତୁମେ ଭବିଷ୍ୟତ ଶ୍ରେଷ୍ଠ ଆମର ।
∎
ବସୋଇ,ପର୍ଜଙ୍ଗ,ଢେଙ୍କାନାଳ

ଲେଖା ସମ୍ପର୍କୀୟ ମତାମତ