କବିତା
ଅକଲ ମକଲ ଟକଲ ଟିଆଁ

ଅକଲ ମକଲ ଟକଲ ଟିଆଁ
ପଢ଼ାବହି ଛାଡ଼ି ମାରନି ଡିଆଁ।
ଆଗ ପାଠପଢ଼ା ଖେଳଟି ପରେ
ସୁନାପିଲା ଶୁଣେ କହିଲେ ଥରେ।
ଆଜି କାମ ଆଜି ଦିଏରେ ସାରି
ବସେନାହିଁ କେବେ ମନକୁ ମାରି।
ଚଗଲ ମଗଲ ହୁଅଇ ନାହିଁ
କରେ ଭଲ କାମ ଦେଶର ପାଇଁ।
ଧିନିକି ଧିନିକି ଧିନିକି ଧିନା
ଅଛ ଯେତେ ମାନୀ ମାମୁନ୍ ମୀନା।
ବଡ଼ମଣିଷଙ୍କୁ ଆଦର୍ଶ କର
ଦେଶ ଜାତିପ୍ରୀତି ମନରେ ଭର।
ଗାନ୍ଧୀଙ୍କର ଯେଉଁ ସପନ ଥିଲା
ପୂରଣ କରିବେ ମୋ ଦେଶ ପିଲା।
ଦେଶକୁ ଆଗକୁ ଆଗେଇ ନେବେ
ଅନ୍ୟ ପାଇଁ ଉଦାହରଣ ହେବେ।
∎
୨୭,ମନ୍ତ୍ରମାନୋର,ଗୋଠପାଟଣା
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭

ଲେଖା ସମ୍ପର୍କୀୟ ମତାମତ
ଶରତ କୁମାରୀ ସ୍ଵାଇଁ
29-01-2026 / 21:52:44
ଶିଶୁ ମନଲାଖି କବିତା ଟିକୁ ଶିଶୁ ମାନେ ପଢ଼ିଲେ ଖୁସି ହେବେ ନିଶ୍ଚିତ।
ଜୟକୃଷ୍ଣ ସାହୁ
12-01-2026 / 18:36:31
ସୁନ୍ଦର ନାନାଵାୟା ଗୀତ। ଭଲଲାଗିଲା।
ହରିପ୍ରିୟା ପଟ୍ଟନାୟକ
04-01-2026 / 23:29:34
ଭଲଲାଗିଲା କବିତାଟି।