କବିତା
ସ୍ମୃତିରେ ଜାତୀୟ କବି ବୀରକିଶୋର

ଭାରତ ମାତାର ମୁକତି ସଂଗ୍ରାମୀ
ମାଟିର ଯୋଗ୍ୟ ସନ୍ତାନ,
ପ୍ରତିଥଯଶା କବି ଅନନ୍ୟ ପ୍ରତିଭା
ଅଭୁଲା କିରତୀ ତୁମ.
ଜାତୀୟତାବୋଧ ବୁଝିଥିଲ ବୋଲି
ମୁକତି ସଂଗ୍ରାମେ ଝାସ,
ସ୍ୱାଧୀନତା ପାଇଁ ସାହିତ୍ୟକୁ ନେଇ
ରଚିଗଲ ଇତିହାସ.
ଜଗତସିଂହପୁର ଜିଲ୍ଲା ପୁନଙ୍ଗ
ସଂଗ୍ରାମୀ ମାଟିରେ ଜନ୍ମ,
ନିର୍ଭୀକ ବିରଳ ବିପ୍ଳବୀ ବ୍ୟକ୍ତିତ୍ୱ
ବ୍ୟକ୍ତି ନୁହଁ ଅନୁଷ୍ଠାନ.
ଆଜିର ଦିବସେ ମରତେ ଆସିଲ
ନରରୂପୀ ନାରାୟଣ,
ବିଦେଶୀ ହଟାଇ ମୁକ୍ତିର ମଶାଲ
ଆଣିବାକୁ କରି ପଣ.
ଗାନ୍ଧୀ ଆଦର୍ଶରେ ମାତିଲ ସମଗ୍ରେ
ଛାତିକୁ କରି ପଥର,
କିଶୋରମାନକୁ ବୀରର କର୍ତ୍ତବ୍ୟ
କଲମକୁ କରି ତୀର.
କବିତାରେ ତୁମ ତାତିଥିଲା ରକ୍ତ
ସାଧାରଣ ଜନତାର,
ଉଦ୍ଦାମ ଯୁବକ ତାତିଲେ ମାତିଲେ
ମୁକ୍ତି ପଥ ଅଗ୍ରସର.
ଅନେକ ଦେଶାତ୍ମବୋଧକ କବିତା
ଶିଶୁ ସାହିତ୍ୟ ରଚନା,
"ବକୁଳ ବନର ଗୁରୁ","ରଣ ଭେରୀ"
"ବିଦ୍ରୋହୀ ବୀଣା" ରଚନା.
ଦେଶ ସ୍ୱାଧୀନତା ପାଇଁ ଭୋଗିଥିଲ
ଜୀବନେ କାରାବରଣ,
ବ୍ରହ୍ମପୁର ଜେଲ ମଧ୍ୟେ "ବୈଜୟନ୍ତୀ"
ପତ୍ରିକାର ସମ୍ପାଦନ.
ଆହେ ଜାତୀୟ କବି ବୀରକିଶୋର
ଆଉ ଥରେ ନିଅ ଜନ୍ମ,
ଆଜିର ପବିତ୍ର ଜନ୍ମ ଜୟନ୍ତୀରେ
ଜଣାଉ କୋଟି ପ୍ରଣାମ.

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
04-01-2026 / 23:37:00
ଭଲହେଇଛି କବିତାଟି