କବିତା
ମଙ୍ଗଳବାର

ମା` ମଙ୍ଗଳା ମଙ୍ଗଳ ବାରେ
ପାଏ ମନ୍ଦିରେ ପୂଜା
ମନ୍ଦାର ଫୁଲ ଗଛରୁ ତୋଳି
ଦିଅନ୍ତି ନେଇ ଅଜା ।
ହେଉ ମଙ୍ଗଳା ଅବା ତାରିଣୀ
ଏ ବାର ତାଙ୍କ ପ୍ରିୟ
ପୂଜିଲେ ତାଙ୍କୁ ମଙ୍ଗଳବାରେ
ନିଶ୍ଚେ ହୋଇବ ଜୟ ।
ହନୁମାନଙ୍କ ଏ ବାର ପୁଣି
ଅଟଇ ଅତି ପ୍ରିୟ
ଗାଇଲେ ତାଙ୍କ ଚାଳିଶା ଆଜି
ମନେ ନ ଆସେ ଭୟ ।
ସପ୍ତାହର ଏ ତିଆସୀ ଅଟେ
ଏଇ କଥାକୁ ଜାଣ
ଆମ ସଂସ୍କୃତି ତା ପୂଜାବିଧି
ଏହା ଆମ ପ୍ରମାଣ ।
∎
ଗୋରଡ଼ାପାଳ, କରମୂଳ
ଢେଙ୍କାନାଳ, ଦୂରଭାଷ- ୯୯୩୮୮୦୨୪୧୨

ଲେଖା ସମ୍ପର୍କୀୟ ମତାମତ
ନିରଞ୍ଜନ ସାହୁ, ନଦୂଆଁ କେନ୍ଦୁଝର
03-01-2026 / 20:11:25
ଶୁଭ କରମ ରେ ମଙ୍ଗଳ ପାଈଁ କି ମଙ୍ଗଳା ପୂଜିବା ବିଧି। ଏ ବିଷୟ ରେ ଆଉ ଗୋଟିଏ ପଦ ଯୋଡ଼ିଥିଲେ ଭଲ ହୋଇଥାନ୍ତା।