କବିତା
ଦେଶକୁ ଆଗେଇ ନେବି

ମାମା ପିନ୍ଧାଇଲା ଜାମା ଆଉ ଟାଇ ଆଇକାର୍ଡ ଦେଲା ଝୁଲାଇ
ନିଦମାଉସୀର ଶରଧା ଯାଉନି
ନିଦରେ ଦେଇଛି ଜଡ଼ାଇ
କଅଣ କରିବି କୁହ
ସ୍କୁଲ ଯିବାକୁ ବାପା ଡାକୁଛନ୍ତି
ଜେଜେ ଅଟକାଇ ଦିଅ.
ପରୀକ୍ଷା ଚାଲିଛି ପାଠ ପଢ଼ୁଥିଲି
ନିଦକୁ ହଜାଇ ଦେଇ
ସବୁ ପାଠ ମୋର ମୁଖସ୍ଥ କରିଲି
ପ୍ରଥମ ହୋଇବା ପାଇଁ
କେମିତି କହିବି କୁହ
ସବୁଥିରେ ମୁହିଁ ଆଗରେ ରହିବି
କେଉଁଠି ପଛୁଆ ନୁହଁ.
ଝିଅ ହେଲେ ମୁହିଁ ଦେଶର ଗରବ
ଜାତିର ମହତ ରଖି
ପାଠ ବହିରୁ ମୁଁ କେତେ କଥା ନିଜେ
ପାରିଛି ସହଜେ ଶିଖି
ଦେଶକୁ ଆଗେଇ ନେବି
ଭଲ ପାଠ ପଢି ବଡ଼ ହେଲା ପରେ
ଭଲ ମଣିଷଟେ ହେବି
∎
କ୍ୱାର୍ଟର ନମ୍ବର ଆଇଭି ବି 50/1
ୟୁନିଟ -3,ପୋଷ୍ଟ :ଖାରବେଳନଗର
ଭୁବନେଶ୍ୱର -751001

ଲେଖା ସମ୍ପର୍କୀୟ ମତାମତ
ବସନ୍ତ କିଶୋର ସାହୁ
13-03-2025 / 13:07:17
ଅତି ସୁନ୍ଦର ଲେଖା । ମନକୁ ପାଇଲା । ପିଲାମାନଙ୍କ ମନକୁ ନିଶ୍ଚୟ ପାଇବ । କାରଣ ଏହା ତାଙ୍କରି କଥା । କବିଙ୍କୁ ଧନ୍ୟବାଦ ।
ବସନ୍ତ କିଶୋର ସାହୁ
13-03-2025 / 13:07:16
ଅତି ସୁନ୍ଦର ଲେଖା । ମନକୁ ପାଇଲା । ପିଲାମାନଙ୍କ ମନକୁ ନିଶ୍ଚୟ ପାଇବ । କାରଣ ଏହା ତାଙ୍କରି କଥା । କବିଙ୍କୁ ଧନ୍ୟବାଦ ।
ଜୟକୃଷ୍ଣ ସାହୁ
05-03-2025 / 10:40:30
ବହୁତ ଵଢି଼ଆ।
ଦୀନବନ୍ଧୁ ପୋଇ
02-03-2025 / 17:15:44
ସୁନ୍ଦର କବିତା, କବିଙ୍କୁ ଶୁଭେଛା ଓ ଅଭିନନ୍ଦନ, ପ୍ରଣାମ ଜଣାଉଛି
ପ୍ରଶାନ୍ତ କୁମାର ଦାଶ
01-03-2025 / 20:28:00
ବହୁତ୍ ବଢିଆ କବିତା ପଢିବାକୁ ଖୁସୀ ଲାଗିଲା ଧନ୍ୟବାଦ୍ ସହ କବିଙ୍କୁ ଶତକୋଟି ନମନ ଜଣାଉଛି