Skip to content
ଶିଶୁ କିଶୋର

କବିତା

ଶୀତ ସକାଳ

ଶୀତ ସକାଳ

ଶୀତ ସକାଳର ସୁନେଲି ସୂରୁଜ
ଦେଖି ରାବିଲେଣି ଯେତେକ କାଉ
ଡାକିଲେଣି ମାଆ ଆରେ ମୁନା ମୁନି
ଉଠ ଉଠ ମଠ ନ କର ଆଉ।
ଉଠିଲେ ସଅଳ ନିତ୍ୟ କର୍ମ ସାରି
ଜଳଖିଆ ଖାଇ ପଢ଼ିଲେ ବସି
ଜେଜେବାପା ମାଆ ଖାଇଲେଣି ଚା
ସକାଳୁ ସକାଳୁ ଦାନ୍ତ କୁ ଘଷି।
ଶୀତ ସକାଳର ସୁନେଲି ସୂରୁଜ
ବିଛାଡ଼ି ଦେଇଛି କଅଁଳ ଖରା
ଘୁମୁରୁ ଘୁମୁରୁ ପାରା ଦୁଇ ଯୋଡ଼ା
ଖରା ପଉଁଛନ୍ତି ଛାତରେ ପରା।
ଖୁଦ ମୁଠେ ନେଇ ଛାଟି ଦେଲେ ମାଆ
ଖାଇ ଦେଲେ ସବୁ ଖୁସିରେ ପରା
ମୁନା ମୁନି ଗଲେ ଧରିବାକୁ ଟିକେ
ଉଡ଼ିଗଲେ କେହି ନ ଦେଲେ ଧରା।
∎
କୁଟୁଣିଆଁ,ପୋ -ବାବନ୍ଧ ଭାୟା-ହିନ୍ଦୋଳ ରୋଡ,
ଜି -ଢେଙ୍କାନାଳ ପିନ- ୭୫୯୦୧୯

ମୋ.ନ – ୯୮୬୧୯୪୫୬୨୬

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion