କବିତା
ଆସିଲେ ରାତି

ଦିନଟା ବଢି ଆସିଲେ ରାତି
ଅନ୍ଧାର ଯାଏ ଖେଳି
ସହର ଯାକ ଭଳିକି ଭଳି
ଆଲୋକ ଉଠେ ଜଳି |
ବ୍ୟସ୍ତ ବିବ୍ରତ ଜୀବନ ସ୍ରୋତ
ଟିକିଏ ଆସେ କମି
ଚଳ ପ୍ରଚଳ ହୁଏ ଶିଥିଳ
ତାପରେ ଯାଏ ଥମି |
ଜୀବ ଜଗତ ହୋଇଲେ କ୍ଳାନ୍ତ
ବିଶ୍ରାମ ନେଇଥାଏ
ନିଦ ମାଉସୀ ହାତ ଆଉଁସି
ସଭିଙ୍କୁ କୋଳେ ନିଏ |
କିଏ ସେ ଶୁଇ ସପନ ଦେଖେ
ନାନାରକମର ଦୃଶ୍ୟ
କେତେ ସତ ଲାଗେ ଅଦ୍ଭୁତ
କେବେ ଲଗାଇ ହାସ୍ୟ|
କିଏ ସେ ପୁଣି ନଶୋଇ ରାତ୍ରି
ବୋଲାଏ ରାତ୍ରିଚର
ହୋଇଲେ ରାତ୍ରି ଦେଖି ପାରେ ସେ
ଆହାର ଖୋଜେ ତାର |
ରାତିଟା ପାହି ସକାଳ ହେଲେ
ସୁରୁଜ ଗଲେ ଊହିଁ
ପୁଣି ମଣିଷ ଭୁଲି ଅଳସ
ଲାଗେ କର୍ତ୍ତବ୍ୟ ପାଇଁ |
ନଥିଲେ ରାତି କର୍ମରେ ମାତି
ମିଳନ୍ତା ନାହିଁ ଶାନ୍ତି
ବିଶ୍ରାମ ହିଁ ହେଲେ ଜୀବନ
ସ୍ଥିର ନହୁଏ ମତି|
(ଶିକ୍ଷକ ) ଶ୍ରୀବିହାର, ଅନୁଗୋଳ | ଦୁରାଭାସ:-୮୮୯୫୯୧୨୪୨୧

ଲେଖା ସମ୍ପର୍କୀୟ ମତାମତ