କବିତା
ମୁଁ ଯେ କାଗଜ ଡଙ୍ଗା

ତୁମରି କୁନି ହାତ ତିଆରି
ମୁଁ ଯେ କାଗଜ ଡଙ୍ଗା
ଭସାଇଦିଅ ଗାଁ ଦାଣ୍ଡରେ
ପାଣି ଧାରକୁ ମନେ ଭାବିକି ଗଙ୍ଗା l(0)
ତୁମକୁ ଛାଡି ବହୁ ଦୂରକୁ
ଯିବି ମୁଁ ଭାସି ଭାସି
ତୁମ ପାଇଁକି ଜ୍ଞାନ ଭଣ୍ଡlର
ସନ୍ଧାନ କରି ଆସି
ପହଞ୍ଚିବି ଯିବି ତୁମ ପାଖରେ
ମୋ ସାଥେ ପ୍ରୀତି ଲଗା
ମୁଁ ଯେ କାଗଜ ଡଙ୍ଗା l (1)
ଦୂରକୁ ଗଲେ ମୋ ସାଥିରେ
ମନଟି ତୁମ ଥିବ
ମନ ନଈର ଦୁଇ କୂଳର
ସୌନ୍ଦର୍ଯ୍ୟ ଦେଖିନେବ
ଯୁଆଡେ ଯିବ ସେଇ ରାଇଜ
ପ୍ରେମରେ ହେବ ଭିଜା
ମୁଁ ଯେ କାଗଜ ଡଙ୍ଗା l (2)
ଖଣ୍ଡଗିରି
ଭୁବନେଶ୍ବର- 751030
ମୋ – 9777968719

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
01-10-2026 / 20:13:47
ସୁନ୍ଦର କଵିତା। ମନକୁ ଛୁଇଁଲା।