Skip to content
ଶିଶୁ କିଶୋର

କବିତା

କାଉ ଡାକିଦେଲା ସକାଳୁ ଆସି

କାଉ ଡାକିଦେଲା ସକାଳୁ ଆସି

କାଉ ଡାକିଦେଲା
ସକାଳୁ ଆସି
ଉଠ କୁନା ମୁନା
ପଢିବ ବସି।
ନାଲିଆ ଦିଶିଲା
ପୂରୁବ ଦିଗ
ଉଦୟ ହେବଜେ
ସୂରୁଜ ଦେବ।
ସୁନା ରଙ୍ଗି ଖରା
ପଡିବ ଖସି
ତାକୁ ଦେଖି ପିଲେ
ଉଠିବେ ହସି।

କୁନା ମୁନା ଦୁହେଁ
ଉଠି ପଡିଲେ
ତରତର ହୋଇ
କାମ ସାରିଲେ।

ଉଛୁର ହୋଇବ
ପଢିବା ବେଳ
ପଢା ସାରିଦେଇ
ଖେଳିବା ଖେଳ।

ଡର ଭୟ ଆଉ
ନଥିବ ଆମ
ଆଗରୁ ସାରିଲେ
ଆମର କାମ।

ପଢା ବେଳେ ଖେଳ
ଖେଳିବା ନାହିଁ
ପଢା ସାରିଦେଇ
ଆସିବା ଧାଇଁ।

∎

ମାଣିଖମ୍ବ, ମୋତିଗାଞ୍ଜ, ବାଲେଶ୍ୱର।

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

ଲେଖା ସମ୍ପର୍କୀୟ ମତାମତ

ଉମାକାନ୍ତ ବେହେରା

01-10-2026 / 16:51:11

ପିଲାଙ୍କ ମନକୁ ପାଇଲା ଭଳି କବିତା l ବହୁତ ସୁନ୍ଦର l