Skip to content
ଶିଶୁ କିଶୋର

କବିତା

ପାର୍ବଣ ପାର୍ବଣ ବାସିଲାଣି

ପାର୍ବଣ ପାର୍ବଣ ବାସିଲାଣି

ପାର୍ବଣ ପାର୍ବଣ ବାସିଲାଣି
କାଳିଆ ବଉଦ ରୁଷିଲାଣି
ମାଳ ମାଳ ହୋଇ ଧୋବଲା ବାଦଲ
ସୁନୀଳ ଆକାଶେ ଭାସିଲାଣି।
ପାର୍ବଣ ପାର୍ବଣ ବାସିଲାଣି
କାଶତଣ୍ଡୀ ଫୁଲ ହସିଲାଣି
ସଂଜ ନଇଁଗଲେ ଜହ୍ନିଫୁଲ ହାଟ
ବାଡିରେ ବାଡିରେ ବସିଲାଣି।
ପାର୍ବଣ ପାର୍ବଣ ବାସିଲାଣି
ରଙ୍ଗଣୀର ଶୋଭା ଦିଶିଲାଣି
ସରୋବରେ ନୀଳ ପଦୁଅଁ ସାଙ୍ଗକୁ
କଇଁ ଫୁଲ କେତେ ହସିଲେଣି।
ପାର୍ବଣ ପାର୍ବଣ ବାସିଲାଣି
ଦଶ`ରା ପାଖେଇ ଆସିଲାଣି
ଚାରୁ କମନୀୟ ପ୍ରକୃତିର ରୂପ
ସବୁରି ମନକୁ ରସିଲାଣି।
ପାର୍ବଣ ପାର୍ବଣ ବାସିଲାଣି
ଦୁଃଖ, ଶୋକ ସବୁ ଧସିଲାଣି
ମାଆ ଆଗମନେ ଉଲ୍ଲାସ,ପୁଲକ
ସବୁରି ପରାଣେ ମିଶିଲାଣି।
∎
ଆର୍,ପି,୬୭,,ପାଣ୍ଡବ ନଗର
ଟଙ୍କପାଣି ରୋଡ୍,,ବଡଗଡ ବ୍ରିଟ୍ କଲୋନୀ
ଭୁବନେଶ୍ବର,,,୧୮

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

01-10-2026 / 22:00:46

ସୁନ୍ଦର କବିତା।