କବିତା
ସଵୁରି ହେବା ପ୍ରିୟ

ଭଲ ପିଲା ମୁହିଁ ହୋଇବି
ଭଲ କାମ କରିବି,
ଭଲ କାମ କରିବାକୁ ମୁଁ
ପଛ ଘୁଞ୍ଚା ନଦେଵି।
ଗୁରୁଜନ ଙ୍କର କଥା କୁ
ମୁହିଁ ସଦା ମାନିବି,
ମାଆ ଵାପା ଗୁରୁ ଜନଙ୍କୁ
ସନମାନ କରିବି।
ଦୁଃଖୀ ଅରକ୍ଷିତ ସେଵାରେ
ନିଜକୁ ସମର୍ପିବି,
ଅସହାୟ ଜନେ ସଦା ମୁଁ
ସହାୟତା କରିବି।
ଆନ ମନରେ କେବେ ମୁହିଁ
ଦୁଃଖ କଷ୍ଟ ନ ଦେଵି,
ପର ଦୁଃଖେ ହୋଇ ଦୁଃଖୀ ମୁଁ
ଦୁଃଖ ଘୁଞ୍ଚାଇ ଦେଵି।
ଭଲ ପାଠ ଶାଠ ପଢି ମୁଁ
ଭଲ ମଣିଷ ହେଵି,
ମାତୃଭୂମି ମାତୃ ଭାଷାର
ଟେକ ନିଶ୍ଚେ ରଖିବି।
ସଦା ସତକଥା କହିବି
ହେଵି ସଵୁରି ପ୍ରିୟ ,
ଦେଶ ପାଇଁ କାମ କରିବି
ଗାଇ ଦେଶର ଜୟ।
∎
ସୁନ୍ଦରଗଡ଼

ଲେଖା ସମ୍ପର୍କୀୟ ମତାମତ