କବିତା
ଘର

ଘରଟି ମୋର ଅତି ସୁନ୍ଦର
ସେଠାରୁ ପାଏ ସ୍ନେହ ଆଦର
ଏଇଠି ଆମେ ଏକାଠି ରହୁ
ବୋଉର ହାତ ରାନ୍ଧଣା ଖାଉ
ଶିକ୍ଷା ଚଳଣୀ ସେଇଠୁ ପାଏ
ଜେଜେମା ମୋତେ ଗପ ଶୁଣାଏ
ବୋଉ ମୋହର ପଢାଏ ପାଠ
ମନ୍ଦକାମରୁ କରେ ଆକଟ
ଭାଇ ଭଉଣୀ ସଭିଏଁ ମିଳି
ଖେଳୁ ଯେ ଆମେ ନକରି କଳି
ସଞ୍ଜ ହୋଇଲେ ପ୍ରାର୍ଥନା କରୁ
ଗୁରୁଜନଙ୍କୁ ମୁଣ୍ଡିଆ ମାରୁ
ଖାତା କଲମ ବାପା ଆଣନ୍ତି
ସାନବାପା ଯେ ପାଠ ପଢନ୍ତି
ଏଇ ଘର ମୋ ସରଗପୁର
ସେଇଠୁ ମିଳେ କୋଟି ଆଦର
∎
୯୪୩୭୫ ୨୨୭ ୯୨

ଲେଖା ସମ୍ପର୍କୀୟ ମତାମତ