Skip to content
ଶିଶୁ କିଶୋର

କବିତା

କରିବା ଖାଲି ମଜା

କରିବା ଖାଲି ମଜା

ଟେଲିଫୋନର ମଜା
ଶହେ କୋଷରୁ
ଆଈ ସାଥିରେ
କଥା ହୁଅନ୍ତି ଅଜା।
ହସି କହନ୍ତି ନାତି ନାତୁଣୀ
ଆଇଲୋ ଆଈ
ଡିଜିଟାଲ୍ ଯୁଗ ଏହି
ପାଲର୍ ଯାଇ ସଜେଇ ହୋଇ
ଅଜା ସହିତ ହାତ ମିଳାଇ
ଆଗକୁ ଚାଲ ଆଗେଇ।
ଆଈ କହିଲା
ଆଜିକା ପିଲା
କରୁଛ ଥଟ୍ଟା ମଜା।?
ହସି ହସିକା କହିଲେ ଅଜା
ବଦଳି ଗଲାଣି ଯୁଗ
ଆଜି କାଲିକା ପିଲାତ ନୁହେଁ
ସେମାନେ ଆମର ସାଥୀ
ତାଙ୍କ ସହିତ ହାତ ମିଳାଇ
କରିବା ତାଙ୍କୁ ଦୋସ୍ତି।।
ପାର୍କରେ ବସି
ବୁଲିବୁଲିକା
ଖାଇବା ମିଶି ପିଜା
ହସିହସିକା ସମୟ ସାଥେ
କରିବା ଖାଲି ମଜା।।
∎
ନୀଳାଦ୍ରିବିହାର
ସେକ୍ଟର --3/55 ଭୁବନେଶ୍ବର----21
(9937033750)

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

ଲେଖା ସମ୍ପର୍କୀୟ ମତାମତ

BIJAYA CHHATOI

01-10-2026 / 10:30:06

ସୁନ୍ଦର