Skip to content
ଶିଶୁ କିଶୋର

କବିତା

ତୁମଗୁଣ ଗାଇବି

ତୁମଗୁଣ ଗାଇବି

ତୁମ ଲାଗି ମୁଁ ତ ମଣିଷ
ଆଜି ଏ ଜଗତରେ

ଦେଖିପାରୁନାହିଁ ତୁମକୁ
କେବେ ଦିବା ନିଶିରେ

ରବିଶଶି ତାରା ଆକାଶେ
ତୁମ ଲାଗି ବିକଶେ
ତୁମ ପରଶରେ କାନନେ
ନାନା ସୁମନ ହସେ
ତୁମ ଜୟ ଗୀତି ଶୁଣାଏ
ପିକ କୁହୁକୁସ୍ୱରେ
ଫୁଲବାସ ନେଇ ମଳୟ
ଚଉଦିଗେ ବିତରେ

କାନ ଶୁଣେ ଆଖି ନ ଦେଖେ
ତୁମ ରୂପ କିପରି
ମନ ଚାହେଁଥରେ ଚାଲିବି
ତୁମ ହାତକୁ ଧରି

କିଦେଲେ କି କଲେ ପ୍ରଭୁ ହେ

ତୁମକୁ ମୁଁ ପାଇବି
ତୁମ ସାଥେ ଖେଳିବୁଲିକି
ତୁମ ଗୁଣ ଗାଇବି

∎
ଶିଶି ଲୋ
ଖୋର୍ଦ୍ଧା

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

02-10-2026 / 20:29:26

ସୁନ୍ଦର କବିତା।