କବିତା
ଅକଲ ମକଲ ଟକଲ ଟିଆଁ

ଅକଲ ମକଲ ଟକଲ ଟିଆଁ
ବେଙ୍ଗ ଛୁଆମାନେ ମାରନ୍ତି ଡିଆଁ ।
ଟପ୍ ଟପ୍ ପଡ଼େ ବରଷା ପାଣି
ଖାଦ୍ୟ ପାଇଁ ଗଲା ବେଙ୍ଗୁଲି ରାଣୀ ।
ମିଳିଲାନି ଖାଦ୍ୟ ବହୁତ ଖୋଜି
ଦେଖିଲା ହେଉଛି ବାଘର ଭୋଜି ।
ପିଲାଙ୍କ ପାଇଁକି ମାଗିଲା ଯାଇ
ଭୋଜି ଦେଲା ମାମୁଁ ପିଲାଙ୍କ ପାଇଁ ।
ଭୋଜିକୁ ଧରିକି ଆସିଲା ହସି
ସଭିଏଁ ଖାଇଲେ ଏକାଠି ବସି ।
ଭୋଜି ଖାଇ ପିଲେ ହୋଇଲେ ଖୁସି
ସାରୁ ବୁଦା ମୂଳେ ବସିଲେ ଆସି ।
ଗୀତ ଗାଉଥିଲେ ଖୁସିରେ ଛୁଆ
ଅକଲ ମକଲ ଟକଲ ଟିଆଁ ।
ବାଉଁଶିଆପଡା, ନୟାଗଡ଼
୮୨୭୦୩୭୨୪୯୮

ଲେଖା ସମ୍ପର୍କୀୟ ମତାମତ
Haripriya Pattnaik
03-10-2026 / 14:51:05
ଭଲ ଲାଗିଲା କବିତାଟୀ।
Kabijyoti niranjan pati
02-10-2026 / 10:19:09
Sundara nanabaya geeta.. congratulations