କବିତା
ହନୁବୁଢା ଫେରୁଥିଲା

ହନୁବୁଢା ଫେରୁଥିଲା
ଚାନ୍ଦବାଲି ହାଟରୁ
କୁକୁରଟି ଆସୁଥିଲା
ସଦାଶିବ ମଠରୁ ।
ହନୁର ଝୁଲାରେ ଥିଲା
ଫଳମୂଳ ବଢିଆ
କୁକୁରର ପକେଟରେ
ଥିଲା ଭୋଗପୁଡିଆ।
ଦୁହିଁଙ୍କର ଭେଟାଭେଟି
ହେଲା ମଝିବାଟରେ
"କୁଆଡୁ ଆସିଲ ବାବୁ"
ହନୁ କହେ ଥଟ୍ଟାରେ
"ମଠରୁ ଫେରୁଛି ପରା
ନିଅ ଏହି ପ୍ରସାଦ
ଜାଣିଛି ମୁଁ ହନୁଭାଇ
ଏହା ତୋର ପସନ୍ଦ "
ତା ହାତରୁ ଭୋଗ ନେଇ
ହନୁବୁଢା ଖାଇଲା
"କାହିଁକି ଶୁଖିଛି ମୁହଁ "
ମନଦୁଖେ କହିଲା ।
"ମଠରୁ ତ ମିଳିଲାନି
ଆଜି ମୋତେ ଆହାର
ଭୋଗ ଛୁଇଁ ଦେଲି ବୋଲି
କରିଦେଲେ ବାହାର"।
ହସିଦେଇ ହନୁ କହେ
ଦୋଷ ଆଉ ଧରନା
କଦଳୀ ଦେଉଛି ଖାଆ
ମନ୍ଦ କାମ କରନା ।
ଗ୍ରାମ/ପୋ -ତୋଟାପଡା
ଭାୟା ଘଣ୍ଟେଶ୍ଵର
ଜିଲ୍ଲା ଭଦ୍ରକ ୭୫୬୧୨୯
ମୋ ୯୯୩୭୬୭୨୭୦୮

ଲେଖା ସମ୍ପର୍କୀୟ ମତାମତ