Skip to content
ଶିଶୁ କିଶୋର

କବିତା

ଶରତ ଆମ ଶ୍ରଦ୍ଧାର ଋତୁ

ଶରତ ଆମ ଶ୍ରଦ୍ଧାର ଋତୁ

ଶରତ ଆମ ଶ୍ରଦ୍ଧାର ଋତୁ
ଆସେ ବରଷା ପରେ,
ନିର୍ମଳ ଶୋଭା ଦିଏ ସେ ଭରି
ସବୁଠି ମରତରେ ।

ପର୍ବପର୍ବାଣୀ ଋତୁଟେ ସିଏ
ଖୁସି ଓ ଆନନ୍ଦର,
ଗାଆଁ ସହର ଦିଶେ ସୁନ୍ଦର
ଭୁଲି ଆପଣାପର ।

ନଥାଏ ନଭେ କଳା ବଉଦ
ମେଘଖଣ୍ଡର ଦାଉ,
ଶରତ ବାଣ୍ଟେ ସ୍ନେହ ସରାଗେ
ଭାଇଚାରାର ମହୁ ।

ସଫାସୁତୁରା ରହେ ସବୁଠି
ଆମରି ରାସ୍ତାଘାଟ,
ମେଲାଇ ଥାଏ କାଶତଣ୍ଡୀ ତା
ଧବଳ ହସ ହାଟ ।

ଦେବୀ ଆସନ୍ତି ଆଶିଷ ନେଇ
ଦରଦୀ ହୃଦ ହୋଇ,
ପାଟ ପୋଖରୀ ଫୁଟେ ନିଇତି
ପଦୁଅଁ ଆଉ କଇଁ ।

ରାତି ପାହିଲେ ଘାସ ଗଛରେ
ଶିଶିର ଦେଖାଯାଏ,
ହେମନ୍ତ ଶୀତ ଆସୁଛି ବୋଲି
ଶରତ କହୁଥାଏ ।

ଶରତ ଋତୁ ଶୋଭାରାଜିରେ
ମୋହେ ସବୁରି ମନ,
ସୁଖ ବାଣ୍ଟି ସେ ବିଦାୟ ନେଲେ
ହେମନ୍ତ ଆଗମନ ।
∎
ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

ଲେଖା ସମ୍ପର୍କୀୟ ମତାମତ

ଉମାକାନ୍ତ ବେହେରା

01-10-2026 / 16:58:46

ଭଲ ଲେଖାଟିଏ ସୁଜିତ ବାବୁଙ୍କର l