Skip to content
ଶିଶୁ କିଶୋର

କବିତା

ଆସ ମାଆ ଧରା ଧାମେ

ଆସ ମାଆ ଧରା ଧାମେ

ଆକାଶ ରେନାହିଁ ଆଉ
ବାଦଲ ର ଫୁଆରା
ରାସ୍ତା ଘାଟ ନଦୀ ନାଳ
ଦିଶିଲାଣି ନିଆରା.
ନଈ ପଠା ହସିଲାଣି
କାଶତଣ୍ଡୀ ଫୁଲରେ
ବଗିଚା ସୁନ୍ଦର ଦିଶେ
ଜହ୍ନି ଫୁଲ ଝୁଲରେ.
ବିନ୍ଦୁ ବିନ୍ଦୁ କାକରରେ
ଦୁର୍ବା ଦଳ ହସଇ
ଝିଲି ମିଲି ସାତ ରଙ୍ଗେ
ତା ଦେହ ଟା ଦିଶଇ.
ଗାଁ ଠୁ ସହର ସବୁ
ନାନା ରଙ୍ଗ ଆଲୋକେ
ପୂଜା ପାଇଁ ସଜବାଜ
ଶୋଭା ସାରା ମୁଲକ.
ପବନ ବି ଥିରି ଥିରି
ଶିରି ଶିରି ବହଇ
ଆସୁଛନ୍ତି ମାଆ ବୋଲି
କାନେ କାନେ କହଇ.
ତାଙ୍କ ଆଗମନୀ ପାଇଁ
ସତେ ଅବା ଧରଣୀ
ପତ୍ର ଫୁଲ ତାରା ମେଳେ
ସଜାଇଛି ତୋରଣୀ.
ଆସ ମାଆ ଧରାଧମେ
ସ୍ୱର୍ଗ ପୁରୁ ଓହ୍ଲାଇ
ହିଂସା କ୍ରୋଧ ଅଭିମାନ
ମନୁ ଯାଉ ଦୁରେଇ.
∎

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

ଲେଖା ସମ୍ପର୍କୀୟ ମତାମତ

ପୌର୍ଣ୍ଣମାସୀ ଦେବୀ

05-10-2026 / 00:17:29

ଅତି ସୁନ୍ଦର ଶରତ ବର୍ଣ୍ଣନା

Haripriya Pattnaik

02-10-2026 / 20:37:47

କବିତାଟି ଭଲଲାଗିଲା। କିନ୍ତୁ ଜହ୍ନିଫୁଲ ଝୁଲରେ ଅର୍ଥ ବୁଝିହେଲା ନାହିଁ।