କବିତା
ମାଆ ଙ୍କ ସ୍ବାଗତ ପାଇଁ

ବଜାରେ ବଜାରେ ବାଇଦ ବଜା
ଚଉଦିଗ ଆଜି ସଜାରେ ସଜା
ବରଷକେ ଆଜି ଥରେ,
ଶରତ ଲଗନେ ପୂଜା ହେବେ ମାଆ
ବିଜେ ହୋଇ ମଣ୍ଡପରେ l ୧ l
ବାଟେ ଘାଟେ ପାଟେ ମଥା ହଲାଇ
ଧୋବ ଫରଫର ରୂପ ସଜାଇ
ମାଆ ଙ୍କ ସ୍ବାଗତ ପାଇଁ,
କାଶତଣ୍ଡି ଦେଖ ଢ଼ାଳଇ ଚାମର
ସଭିଏଁ ଅଛନ୍ତି ଚାହିଁ l ୨ l
ଛକ ବଜାର ରେ ନୂଆ ତୋରଣ
ସଭିଙ୍କ ର କରେ ମନ ହରଣ
ରଙ୍ଗୀନ୍ ବିଜୁଳି ବତୀ
ଦୂରୁ ଦର୍ଶକଙ୍କୁ ଡାକେ ହାତ ଠାରି
ଦେଖି, ଉଳୁସି ଉଠଇ ଛାତି l ୩ l
ସଞ୍ଜ ନଇଁ ଗଲେ ଲୋକଙ୍କ ଧାଡ଼ି
ଦେଖ ଦେଖ ଦୂରୁ ଆସନ୍ତି ମାଡ଼ି
ପରିବାର ମେଳେ ମିଶି,
ମଣ୍ଡପ ବୁଲିବେ ମାଆ ଙ୍କୁ ଦେଖିବେ
ସାଥୀ ମେଳେ ହସି ହସି l ୪ l
ଦଶହରା ଯାତ ଆମ ପରବ
ଆମ ପରମ୍ପରା ଆମ ଗରବ
ଏକତା ର ଡୋରି ଧରି,
ଆସ ମିଳିମିଶି ପାଳିବା ଆମେରେ
ଏକାଠି ନ କରି ଡେରି l ୫ l
∎
ଯଦୁ - ମାଳତୀ କୃପା ନିବାସ,
ଶକ୍ତି ବିହାର / ବାଲିପଡ଼ା, ମାହାଙ୍ଗା, କଟକ l
ମୋ -୭୬୦୯୦୪୪୩୮୩

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
01-10-2026 / 20:19:14
ଚମତ୍କାର କଵିତା। ଧନ୍ୟବାଦ ପ୍ରଫୁଲ୍ଲ ଵାଵୁ।