Skip to content
ଶିଶୁ କିଶୋର

କବିତା

ଡିଜେ ବାଜିବା ବନ୍ଦ ହେଉ

ଡିଜେ ବାଜିବା ବନ୍ଦ ହେଉ

ମେଢ଼ କି ମଡ଼ା ଉଠେନି ଯଦି
ନ ବାଜେ ଡିଜେ ବାଜା
(ତାର )ଶ ବ ଦ ସୀମା ଟପି ଯାଆଇ ଆସଇ ଯେବେ ପୂଜା
ଆଇନ କରି ବସି ପଡିଲେ
କିଏ ମାନିବ କାଇଁ?
ଆଇନ ସିନା ମାନିବେ ଲୋକେ
ଯାଞ୍ଚ କରିଲେ ଯାଇ
ମେଲୋଡି କଲେ ଡିଜେ ବାଜିଲେ
ବଢ଼ି ଯାଆଇ ଦୁଃଖ
ଶୋଇ ପାରନ୍ତି ନାହିଁ ଆମରି
ବୟସ୍କ ନାଗରିକ
ପଅଂଷଠିରୁ ଅଧିକ ତୀବ୍ର
ଡେସିବିଲର ଧ୍ବନି
କେତେ ଯେ ଧନଜୀବନ ଆମ
କରଇ ସିଏ ହାନି
ସ୍ନାୟୁ ଦୁର୍ବଳ ମନର ଚାପ
ବଢାଏ ପ୍ରଦୂଷଣ
ମୁଣ୍ଡ ବିନ୍ଧଇ ନିଦ ଭାଙ୍ଗଇ
ପ୍ରତି କ୍ଷଣକୁ କ୍ଷଣ
ଶ ବ ଦ ପ୍ରଦୂଷଣ ଏବେ ତା
ନିୟନ୍ତ୍ରଣରେ ନାହିଁ
ତା ଲାଗି କେତେ ମରନ୍ତି ହୃଦ -
ରୋଗୀ ଯନ୍ତ୍ରଣା ପାଇ
ଡିଜେ ବାଜାକୁ ବନ୍ଦ କରି
ଆସ ପାଳିବା ପୂଜା
ଯୋଡି ମହୁରି, ନାଗରା ତୂରୀ
ବାଜିଲେ ହେବ ମଜା
କମେଇ ପ୍ରଦୂଷଣ ରଖିବା
ପରିବେଶକୁ ସୁସ୍ଥ
ହସିବେ ଶିଶୁ, ବୃଦ୍ଧ ଓ ରୁଗ୍ଣ
(ତାଙ୍କ )ଭଲ ରହିଲେ ସ୍ୱାସ୍ଥ୍ୟ!!
∎
ମୋ -9437000636

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

01-10-2026 / 22:05:08

ସଚେତନତା ଧର୍ମୀ କବିତାଟି ଭଲହେଇଛି।

ଉମାକାନ୍ତ ବେହେରା

01-10-2026 / 17:03:13

ପିଲାମାନଙ୍କୁ ସଚେତନ କରିବା ଆମର ଦାୟିତ୍ୱ ନିଶ୍ଚୟ l ଭଲ ଲାଗିଲା l

କୀର୍ତ୍ତନ ସାହୁ

01-10-2026 / 15:39:05

ଡିଜେ ନିୟନ୍ତ୍ରିତ ହେବା ଦରକାର । ସଚେତନତା ମୂଳକ କବିତା ।