Skip to content
ଶିଶୁ କିଶୋର

କବିତା

କୁଲୁକୁଲିଆ ର ହସ

କୁଲୁକୁଲିଆ ର ହସ

କୁଲୁକୁଲିଆ ର ହସ
ଦେଖିବ ଯଦି କେ` ଆସ
ତୁନିତାନି ହୋଇ ଗୋଡହାତ ଧୋଇ
ଅଣ୍ଟା ସଳଖାଇ ବସ ।
କୁଲୁକୁଲିଆ ମୋ` କୁଲୁକୁଲିଆ
ଚେହେରା ଟି ତାର ଗୁଲୁଗାଲିଆ।
ଡଗଡଗିଆ, କେଡେ ବାଗିଆ
ଧାଇଁଯାଉଥାଏ ଚୁଲୁବୁଲିଆ ।
କାଳିଆ ମେଘ ଆସିଲା ବେଗ
କେତେ ରାହା ନେଇ ଡାକିଲା ବେଙ୍ଗ
ମେଘ ତା` ଡାକରା ଶୁଣି
ପାଣି ଅଜାଡିଲା ପୁଣି ।
ମୋ କୁଲୁକୁଲିଆ ଦେଖି ସେଇପାଣି
ଡରି ନଯାଇଣ ଦେଖାଇଲା ଠାଣି
ବାହାରିଲା ଧାନ ବୁଣି ।
∎
ଶୁଶୁଡା, ଅନୁଗୋଳ
ମୋ :- ୭୯୭୮୦୮୭୮୯୧

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

03-10-2026 / 15:02:37

ଭଲଲାଗିଲା ମଜା କବିତାଟି