କବିତା
ଘରଚଟିଆ ପାଇଁ ଗୀତ ଟିଏ

କୁନି ପକ୍ଷୀ ଟିଏ ତୁହି
ରହୁ ଚାଳଘରେ
ତୋ ପାଖକୁ ଗଲେ କେହି
ଉଡ଼ି ଯାଉ ଡରେ ।
ସକାଳ ହୋଇଲେ ଦାଣ୍ଡେ
ଖାଉ ପୋକ କୀଟ
କଅଁଳ ଧାନକୁ ଖାଉ
କରି ମୂଳ ନଷ୍ଟ ।
ନାହିଁ ଆଉ ଚାଳଘର
ଛାଡ଼ିଗଲୁ ଗାଆଁ
ଦେଖିବା ସପନ ହେଲା
ଜାଣୁ ତୋର ନାଆଁ |
କେଉଁ ଠାରେ ଦେଖି ତୋତେ
ତୋ ସୁରକ୍ଷା ଦେଉ
ବିଶ୍ଵ ଘରଚଟିଆ ଦିବସ
ଆମେ ପାଳି ଥାଉ ।
ହରଚଣ୍ଡୀ ସାହି
ଭୁବନେଶ୍ୱର-୨
୯୪୩୯୭୧୯୮୭୯ I
ମୋ ର ଜନ୍ମ ତାରିଖ 2.10.1951.

ଲେଖା ସମ୍ପର୍କୀୟ ମତାମତ
Haripriya Pattnaik
03-10-2026 / 15:06:01
ବିରଳ ପକ୍ଷୀ ଘରଚଟିଆ ପାଇଁ କବିତାଟି ଭଲଲାଗିଲା।