Skip to content
ଶିଶୁ କିଶୋର

କବିତା

ହସେ ସାରା ମୁଲକ

ହସେ ସାରା ମୁଲକ

ଗଛଟିଏ ହସିଉଠେ
ଫୁଲଟିଏ ଫୁଟିଲେ,
ଫୁଲ ହସେ, ପବନରେ
ବାସ ତା`ର ଛୁଟିଲେ।

ଜହ୍ନମାମୁ ହସୁଥାଏ
ଆସିଗଲେ ପୂନେଇଁ,
ଚୋର ହସେ, କଳାରାତି
ଆସେ ଯେବେ ଘନେଇ।

ଅଜାଙ୍କର ହସ ଛୁଟେ
ନାତି ଥିଲେ ପାଖରେ,
ମାଆ ଓଠେ ହସ ଛୁଟେ
ଛୁଆ ଥିଲେ କାଖରେ।

ଘର ହସେ, ସଭିଙ୍କର
ମନ ଯଦି ମେଳିଲା,
ଚାଷୀ ହସେ, ବିଲେ ଯଦି
ସୁନାଢେଉ ଖେଳିଲା।

କଳିଆର ହସ ଫୁଟେ
କଳିଗୋଳ ଲାଗିଲେ,
ଦେଶମାଟି ହସିଉଠେ
ଦେଶବାସୀ ଜାଗିଲେ।

ଶିଶୁ ହସେ, ମନେ ତା`ର
ଖେଳିଗଲେ ପୁଲକ,
ଶିଶୁଟିଏ ହସିଦେଲେ
ହସେ ସାରା ମୁଲକ।
∎
ବି-୧୦/୧୪୫, କେନ୍ଦ୍ରୀୟ ବିହାର
ତମାଣ୍ଡୋ,ଭୁବନେଶ୍ୱର-୭୫୧୦୨୮
ଫୋ:୯୮୬୮୮୦୫୯୯୬

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ବସିରନ୍ ବିବି

03-09-2025 / 17:42:35

ସୁନ୍ଦର ପଦ ଛନ୍ଦ,କବିଙ୍କୁ ଅଶେଷ ଧନ୍ୟବାଦ

ବିଜୟା

02-09-2025 / 19:57:37

ଖୁବ୍ ସୁନ୍ଦର। ପଦ ଏବଂ ପଂକ୍ତି ସଂଯୋଜନା ଚମତ୍କାର।

ହରିପ୍ରିୟା ପଟ୍ଟନାୟକ

02-09-2025 / 16:40:59

ଭଲ ଲାଗିଲା କବିତାଟି।

ମହେନ୍ଦ୍ର କୁମାର ଦାଶ

01-09-2025 / 19:29:14

କବିତା ବହୁତ ଭଲ ଲାଗିଲା

ମହେନ୍ଦ୍ର କୁମାର ଦାଶ

01-09-2025 / 19:29:13

କବିତା ବହୁତ ଭଲ ଲାଗିଲା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion