କବିତା
ଅଜାଙ୍କ ମଜା

ବର୍ଷା ଆସିଲାଣି ଘରକୁ ଯିବା,
ବାଟରୁ କିଣିକି ବେସନ ନେବା ।
ବରଷା ପାଗକୁ ପକୁଡ଼ି ମଜା,
ଖାଇବାକୁ ସଜ ହୋଇଲେ ଅଜା ।
ଅଦା ଲଙ୍କା ସହ ପିଆଜ କାଟି,
ପିଠୋଉ ରେ ଆଈ ଦେଲେତ ଫେଣ୍ଟି ।
ପକୁଡ଼ି ଭିତରେ ଲଙ୍କା ର ଖଣ୍ଡ,
ଚୋବେଇ ପୋଡ଼ିଲା ଅଜାଙ୍କ ତୁଣ୍ଡ ।
ହୁଉ ହାଆ ହୋଇ ଡେଇଁଲେ ଅଜା
ନାତୁଣୀ ଦେଖିଲା ଅଜାଙ୍କ ମଜା ।
କହିଲା ଚୋବାଅ ମଟର ଭଜା,
ଦୂର ହେବ ପାଟି ପୋଡ଼ାର ସଜା ।
ଟାଣୁଆ ମଟର ଦାନ୍ତରେ ଖାଇ,
ଭାଙ୍ଗି ଗଲା ଗୋଟେ ଆଘାତ ପାଇ ।
ସେଦିନୁ ପକୁଡ଼ି,ମଟର ଭଜା,
କେବେ ଖାଆନ୍ତିନି ଧଡ଼ିଆ ଅଜା ।
∎
ଗାନ୍ଧୀ ମାର୍ଗ, ଅନୁଗୋଳ
ମୋ-୯୯୩୮୧୩୩୫୫୯

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
02-09-2025 / 17:43:06
ମଜାଳିଆ ଶିଶୁ କବିତା ଭଲ ଲାଗିଲା।
ମହେନ୍ଦ୍ର କୁମାର ଦାଶ
01-09-2025 / 19:26:25
କବିତା ଖୁବ୍ ମଜାଦାର କବିଙ୍କୁ ଅଭିନନ୍ଦନ
ଜୟକୃଷ୍ଣ ସାହୁ
01-09-2025 / 14:03:46
ସୁନ୍ଦର ମଜାଳିଆ କଵିତା। ଭଲଲାଗିଲା।
ଧୀରେନ ମିଶ୍ର
01-09-2025 / 13:57:18
ସୁନ୍ଦର ମଜା କବିତା । ଅନେକ ଅଭିନନ୍ଦନ ଓ ପ୍ରଣାମ ।
ନିରଞ୍ଜନ ପତି
01-09-2025 / 11:41:16
ସୁନ୍ଦର ଅଭିମତ ରଖିଲେ । କୃତଜ୍ଞତା ଜ୍ଞାପନ କରୁଛି ।ଜୟ ଜଗନ୍ନାଥ ।