Skip to content
ଶିଶୁ କିଶୋର

କବିତା

ଭାବର ଠାକୁର

ଭାବର ଠାକୁର

ଜଗତ ଯାକରେ ଏମିତିକା ଦିଅଁ
ଦେଖିଛରେ କିଏ ଦେଖିଛ,
ବଡ଼ ଦିଅଁ ବୋଲି ଭାରି ଜଣାଶୁଣା
ରଥରେ କିଏ ନ ଭେଟିଛ ।।

ବରଷକେ ଥରେ ଆଷାଢ଼ ମାସରେ
ପଡ଼ିଥାଇ ରଥ ଯାତରା,
ସାରା ପୃଥିବୀର ଭକତ ଆସିକି
ମାଗିଥାନ୍ତି କେତେ ଆଶରା ।।

ନାହିଁ ଜାତି ଧର୍ମ ବର୍ଣ ଭେଦଭାବ
ସଭିଏଁ ସମାନ ଏଠାରେ ,
ବଡ଼ଦାଣ୍ଡ ଧୂଳି ଦେହେ ବୋଳି ହୋଇ
ନିତି ହେଉଥିବା ଭେଟରେ।।

ପତିତପାବନ ବାନା ଉଡ଼ୁଥାଇ
ଫରଫର ହୋଇ ନେତରେ,
ନୀଳାଚଳ ସ୍ଥାନ ଶ୍ରେଷ୍ଠ ପୁରୀ ଧାମ
ଜୀବନରେ ଥରେ ଦେଖରେ ।।

ସାରା ଜଗତରେ ବଡ଼ ଦିଅଁ ବୋଲି
ହୁରି ପଡ଼ୁ ଥାଇ ସବୁଠି ,
ଭାବରେ ଡାକିଲେ କାନ ସେ ଡେରନ୍ତି
ଥାଅରେ ଯେପରି ଯେଉଁଠି ।।
∎
ମହୁରା,ସତ୍ୟବାଦୀ, ପୁରୀ

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

09-07-2026 / 16:33:01

କବିତାଟି ଭଲ ଲାଗିଲା ।

Haripriya Pattnaik

01-07-2026 / 22:21:26

ସୁନ୍ଦର କବିତା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion