Skip to content
ଶିଶୁ କିଶୋର

କବିତା

ଆମ ଘୋଷଯାତ

ଆମ ଘୋଷଯାତ

ନଅଦିନର ତ ଯାତଟି ଇଏରେ
ଆମ ଦାରୁଦିଅଁଙ୍କର
ଜନମବେଦୀକୁ ଯାତରା କରନ୍ତି
ଯହିଁ ଶ୍ରୀ ଗୁଣ୍ଡିଚାଘର।
ରଥ ନାମ ନନ୍ଦିଘୋଷ, ତାଳଧ୍ବଜ
ଦେବଦଳନଟି ପରା
ପହଣ୍ଡିରେ ଆସି ରଥରେ ବସନ୍ତି
ହୁଏରେ ଛେରାପହଁରା।
କଳାଟି କାଳିଆ ଗୋରାଟି ବଳିଆ
ହଳଦିରଙ୍ଗର ସୁଭା
ଦେବ ସୁଦର୍ଶନ  ସାଙ୍ଗରେ ଥାଆନ୍ତି
ଆହା କେଡ଼େ ମନଲୋଭା।
ହରିବୋଲ ହୁଳହୁଳି ପଡୁଥାଏ
ରୁଣ୍ଡ ହୋଇଥାନ୍ତି କେତେ କେତେ ଭକ୍ତ
ସାଧୁସନ୍ଥ ଆଉ ତପି ।
ରଥରେ ଦେଖିଲେ କଳାବାମନଙ୍କୁ
ମିଳେ କୋଟିଜନ୍ମ ପୁଣ୍ୟ
ବିଶ୍ଵାସ ରହିଛି କରିଲେ ଦର୍ଶନ
ହୁଏ ନାହିଁ ପୁନର୍ଜନ୍ମ।
ଜୟ ଜଗନ୍ନାଥ ଶବ୍ଦେ ପ୍ରକମ୍ପିତ
ହୁଅଇ ଭୂମିରୁ ଭୂମା
ଭାଗ୍ୟେ ଥିଲେ ହୁଏ ରଥରେ ଦର୍ଶନ
ରଥ ଦେଖା,ରଥଟଣା।
ସେ ଜଗତନାଥ  ଦିଅନ୍ତୁ ଆଶିଷ
ଜଗତ କଲ୍ୟାଣ ପାଇଁ
ସେମିତି ଦିଅଁର ଘୋଷଯାତ ପରି
ଯାତ ଜଗତରେ ନାଇଁ।
∎
    ମନ୍ତ୍ର ମାନୋର, ଗୋଠପାଟଣା                           
    ଭୁବନେଶ୍ୱର, ମୋ:୯୫୮୩୨୦୨୩୫୭ 

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

09-07-2026 / 16:30:58

ସୁନ୍ଦର ଶିକ୍ଷଣୀୟ କବିତାଟିଏ। ପ୍ରଣାମ ଆଜ୍ଞା ।

Sanjukta parichha

30-06-2026 / 18:40:16

ରଥଯାତ୍ରା କୁ ନେଇ ସୁନ୍ଦର କବିତାଟିଏ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion