କବିତା
ପିଆଜ

ପିଆଜ ଚାଷ ଲାଭଜନକ
ମାଟିରେ ଚାଷ ହୁଏ
ମୂଳ ନୁହେଁ ସେ କାଣ୍ଡରେ ଗଣା
ତା`ର ଆଦର ଥାଏ I
ରୋଷେଇ ଘରେ ଡାଲା ଭିତରେ
ପିଆଜ ଥାଏ ଥୁଆ
ପଖାଳ ଭାତେ ଖା`ନ୍ତି ଉଷତେ
କଟା ଗୋଟା ବଢ଼ିଆ I
ଶୁଖିଲା ଭାତ ରୁଟି ସହିତ
ଖାଆନ୍ତି କେ ପିଆଜ
ଖାଇବା ପାଇଁ କାହାର ପୁଣି
ପିଆଜରେ ମଉଜ I
ସIଦା ଆଇଁଷ ବ୍ୟଞ୍ଜନ ପାଇଁ
ଲୋଡ଼ା ପିଆଜ ବଟା
ମସଲା ଯୋଗୁଁ ବ୍ୟଞ୍ଜନ ସ୍ୱାଦ
ଲାଗେ ବଢ଼ିଆ ମିଠା I
ମସଲା ମଧ୍ୟେ ପିଆଜ ଗଣା
ମିଶେ ସେ ମସଲାରେ
ମସଲା କଷା ତର୍କIରି ମିଠା
ବଢ଼ିଆ ଖାଇବାରେ I
ମୁଢ଼ିଖିଆର ମଜା ନିଆରା
କଟା ପିଆଜ ସାଥେ
ତେଲ ପିଆଜ ମିଶା ମୁଢ଼ିର
ଭଜାର ମଜା ସେତେ I
କାଟିଲା ବେଳେ ଗୋଟା ପିଆଜ
ଆଖିରୁ ଝରେ ଲୁହ
ତହିଁରେ ଥିବା ଅମ୍ଳ ପ୍ରଭାବେ
ଆଖି ବି ପୋଡ଼େ ଜହଁ I
ପିଆଜ ପାଇଁ ପ୍ରସିଦ୍ଧ ଆଜି
ମହାରାଷ୍ଟ୍ର (ର ) ନାସିକ
ଆମ ଏଇଠି ଚାଷ ବି ହୁଏ
କେଉଁଠି ଉଣାଅଧିକ I
ବଉଦରାଜ, ଜି. ବୌଦ୍ଧ
ମୋ.9437478466

ଲେଖା ସମ୍ପର୍କୀୟ ମତାମତ