କବିତା
ସୁବିଚାର

ଶ୍ରେଷ୍ଠ ଅଟେ ନର ଜୀବ ଜଗତର
ବିଚାରଶୀଳ ସେ ଅଟଇ
କରିବା ଆଗରୁ ବିଚାର କରଇ
ବିବେକ ତାହାର ଖଟାଇ ।
କଲେ ସୁବିଚାର ସୁନ୍ଦର
ସଫଳତା ମିଳେ ଆଗକୁ ସେ ବଢେ
ସମାଜରୁ ପାଏ ଆଦର ।
ଯେଉଁ ବିଚାରରେ ସବୁରି ମୁହଁରେ
ହସ ସଦା ଫୁଟି ଉଠଇ
ସୁବିଚାର ବୋଲି ମାନ୍ୟତା ମିଳଇ
ଦୁଃଖ ଥିଲେ ଯାଏ ମିଳେଇ ।
କଲେ ଉପକାର ଅନ୍ୟର
ବଳ ବୀର୍ଯ୍ୟ ସବୁ ଅସୀମ ପାଇବ
ପାଖେ ସଦା ଥିବେ ଈଶ୍ବର |
କୁହ ମିଷ୍ଟ ଭାଷ ନକର ଅନିଷ୍ଟ
ତ୍ୟାଗକର ଲୋଭ ଅଇରି
ଜୀବପ୍ରତି ଦୟା କର ଏହି କ୍ରିୟା
ସ୍ନେହ ପ୍ରେମ ଦିଅ ବିତରି
ଦିଅନି କାମନେ ଆଘାତ
ସବୁରି ଘଟରେ ଆତଯାତ ପ୍ରଭୁ
ଏ ବିଚାର ରଖ ନିଶ୍ଚିତ ।
ଗୀତା ଭାଗବତ ଯେତେ ଶାସ୍ତ୍ର ମତ
ସୁବିଚାର ଅଛି ଲିଖିତ
ଅନ୍ୟଥା ଯେ କରେ ଅବେଳରେ ମରେ
ନୁହଁଇ ଏକଥା ଅସତ୍ୟ
ସୁବିଚାର ନେଲେ ଆଦରି
ଯଶ କୀର୍ତ୍ତି ସବୁ ହେବ ଇତିହାସ
ଜନତା ହେଉଥିବ ଝୁରି ।
∎
ଚ଼ରଣରେଣୁ ନିବାସ
ଗୋରଡ଼ାପାଳ, କରମୂଳ
ଢେଙ୍କାନାଳ, ଦୂରଭାଷ - ୯୯୩୮୮୦୨୪୧୨

ଲେଖା ସମ୍ପର୍କୀୟ ମତାମତ
ଶଶୀକାନ୍ତ ପଲାଇ
13-11-2024 / 06:45:32
ମନଛୁଆଁ ହୋଇଛି।
Jayanta Kumar dash
01-11-2024 / 18:55:41
Kabitati atyanta sikhyaniya hoichhi kabinkara ujjwala Bhabishyata kamana karuchi