କବିତା
ପୁଷି ମାଉସୀ, ବସିଛି ରୁଷି

ପୁଷି ମାଉସୀ, ବସିଛି ରୁଷି
ଫୁଲାଇ ଦେଇ ମୁହଁ
ଗାତୁଆ ମୂଷା ପଚାରେ ତାକୁ
କି ହେଲା ଟିକେ କୁହ !
ପୁଷି କହିଲା "ବାଘର ରୂପ
ଆମରି ରୂପ ପରି
ହେଲେ କାହିଁକି ଆମକୁ ହେୟ
ବାଘକୁ ଥାଅ ଡରି
ବାଘ ଆସିଲା ଶୁଣିଲେ ପପୁ
ନିଦରେ ଶୋଇ ପଡେ
ଆମକୁ ଦେଖି ପିଠି ଆଉଁସି
ଲାଞ୍ଜ, କାନକୁ ମୋଡେ ।"
କହିଲା ମୂଷା " ମାଉସୀ ମୋର
ମୋ କଥା ଟିକେ ଶୁଣ
ଦିଶୁଛ ସିନା ଏକା ଭଳିଆ
ଏକା ନୁହଁଇ ଗୁଣ
ତୁମେ ରହୁଛ ଘର ଭିତରେ
ନିଜର ଲୋକ ପରି
ନିଜ ଲୋକଙ୍କୁ ଭଲ ପାଆନ୍ତି
କାହିଁକି ଯିବେ ଡରି ?
ବାଘମାମୁ ତ ବଣରେ ରହେ
ସିଏ ବଣୁଆ ଜୀବ
ସେ କାହୁଁ ବୁଝି ପାରିବ ଏହି
ମମତାବୋଳା ଭାବ ।"
ଶୁଣିଲା ପୁଷି ହୋଇଲା ଖୁସି
ନାଚିଲା ନିଶ ଟେକି
ଗଣନାଥଙ୍କ ବାହନ ହୋଇ
ଗଲୁଣି ବୁଦ୍ଧି ଶିଖି .
∎
ତୋଟାପଡା, ଘଣ୍ଟେଶ୍ଵର, ଭଦ୍ରକ
ମୋ। ୯୯୩୭୬୭୨୭୦୮

ଲେଖା ସମ୍ପର୍କୀୟ ମତାମତ
Shashi Kanta palai
04-11-2024 / 06:48:47
ଶିଶୁ ସାହିତ୍ୟିକ ହିସାବରେ କବିତା ଟି ମନ ଛୁଆଁ ହୋଇଛି।
Sushree Devidutta Dibyajyoti
01-11-2024 / 22:42:31
It reminds me about my childhood days where I used to read such short poems. I am glad to read such a wonderful creation with a little bit of rawness
Swarnalataa Tripathy
01-11-2024 / 14:52:10
ବହୁତ୍ ଶିକ୍ଷଣୀୟ କବିତା ।