Skip to content
ଶିଶୁ କିଶୋର

କବିତା

ମାଆ ପାଇଁ ଗଛଟିଏ

ମାଆ ପାଇଁ ଗଛଟିଏ

ମାଆ ପାଇଁ ଆଜି ପୋତିଲି ଗଛଟି
ସାହା ହେବ ଆମ ପାଇଁ
ଫୁଲ ଫଳ ଦେଵ ଅମ୍ଳଜାନ ଦେଵ
ଦେଵ ଆମ ପାଇଁ ଛାଇ
ଏଇ କଥା କୁନୁ କହି,
ଲଗାଇଲା ଗଛ ଖୁସିରେ ବାଡ଼ିରେ
ଖତ ସାର ପାଣି ଦେଇ।
କଅଁଳ ପତର ଗୋଟି ପରେ ଗୋଟି
ଆସିଲା ସେ ମୁହଁ କାଢ଼ି
ଅଳପ ଦିନରେ ସାଇଁ ସାଇଁ ହୋଇ
ଗଛ ଯାଉଥିଲା ବଢ଼ି
ଦେଖି କୁନୁ ମନ ଖୁସି,
ଗେଲ କରି ମନକଥା କହୁଥିଲା
ଅଳପ ଅଳପ ହସି।
ଫୁଲ ଫୁଟି ଫୁଲକଷି ହେଲା ଗଛେ
ବଢ଼ି ହେଲା ମିଠା ଫଳ
ମିଠା ଫଳ ଦେଇ କହିଲା ଜେଜେଙ୍କୁ
ଖାଇଲେ ହୋଇବ ଵଳ
ଜେଜେ ନେଲେ କୋଳେ ଟେକି,
କହିଲେ ସତରେ ନାତୁଣୀଟି ମୋର
ସୁନାଝିଅ ସୁନାନାକୀ।

∎
କପିଳ ପ୍ରସାଦ, ଭୁବନେଶ୍ୱର-୨
ମୋ-୯୯୩୭୦୯୨୩୯୭.

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ନଭେମ୍ବର :୨୦୨୪ , ପ୍ରଥମ ବର୍ଷ : ଏକାଦଶ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଶଶୀକାନ୍ତ ପଲାଇ

14-11-2024 / 11:23:25

ମନଛୁଆଁ।

Patnaik Sir.

07-11-2024 / 20:43:54

Madi chala.

କବିଜ୍ୟୋତି ନିରଞ୍ଜନ ପତି

01-11-2024 / 14:53:51

ସୁନ୍ଦର ଭାବ ବ୍ୟଞ୍ଜକ ସୃଜନଶୀଳ ଶିଶୁ କିଶୋର ମନଲାଖି କବିତା। ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଭାଇ ଆପଣଙ୍କ ଚଲାପଥ କୁସୁମିତ ହେଉ । ଜୟ ଜଗନ୍ନାଥ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion