କବିତା
ମାଆ ଆମ ସାହା

`ମା` ରୁ ମାଟି ଓ `ଆ` ରୁ ଆକାଶ
ସେହିପରି ଆମ ମାଆ,
ଏଇ ଦେହ ପାଳି ପୋଷି ବଢାଇଚି
ବିପଦରେ କହି ଆହା ।
ମାତା କେବେ ହେଲେ କୁମାତା ନହୁଏ
ହେଉ କୁପୁତ୍ର , କୁକନ୍ୟା,
ମାଆ ଋଣ ଏଇ ଜୀବନେ ଅସୁଝା
ସଂସାରେ ସେ ଏକା ଧନ୍ୟା ।
ସହେ ଆମ ଗାଳି ଅଳି ଅରଦଳି
ଶିଖାଇ ଥାଏ ସେ ଭାଷା,
ଅନିଦ୍ରା ରହି ସେ ସେବା କରି ଥାଏ
ଆମ ଭଲ କରେ ଆଶା ।
ମାଆ,ବୋଉ ଛାର ମଣିଷ ଟେ ନୁହେଁ
ସିଏ ତ ପ୍ରକୃତ ଦେବୀ,
ପାଇ ତା` ଆଶିଷ ଆମେ ତ ମଣିଷ
ତା` ପଦ ଯୁଗଳ ସେବି ।
ପେଇ ଥନ କ୍ଷୀର ଅମୃତର ଧାର
ଟାଣ କରିଚି ଏ ଦେହ,
ଜୀବନରେ ସବୁ ଭୁଲି ଯାଇ ହୁଏ
ଅଭୁଲା ମାଆର ସ୍ନେହ ।
ଆମ ପାଇଁ ସିଏ ବଡ଼ ଡାକତର
ବଡ଼ ରାନ୍ଧୁଣିଆ ହୁଏ,
ମହାନ ସେବିକା ଜୀବନେ ଧାବିକା
ରକ୍ଷା କାରୀ ପରା ସିଏ ।
ସମସ୍ତଙ୍କ ଗୁଣ ବଖାଣି ହୁଅଇ
ତାଗୁଣ ସରେନି କେବେ,
ସିଏ ଅନ୍ତର୍ଯ୍ୟାମୀ ତା` ପଦକୁ ନମି
ଶ୍ରଦ୍ଧାଞ୍ଜଳି ଦିଏ ଏବେ ।
ତାକୁ ଭୁଲିବିନି କେବେ ।
∎
ଗାନ୍ଧୀ ମାର୍ଗ, ଅନୁଗୋଳ
ମୋ-୯୯୩୮୧୩୩୫୫୯

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
07-11-2024 / 12:23:56
ମାଆର ପାଦକୁ କୋଟି ଜୁହାର। କବିଙ୍କ ଲେଖନୀ ଏମିତି ଚମତ୍କାର କବିତା ଲେଖିବାରେ ସହାୟ ହେଉ। ଧନ୍ୟବାଦ।
ଲକ୍ଷ୍ମୀକାନ୍ତ ଦଳେଇ
02-11-2024 / 10:06:59
ସୁନ୍ଦର କବିତା
ସ୍ୱର୍ଣାଲତ ତ୍ରିପାଠୀ
01-11-2024 / 15:31:36
ମାଆକୁ କେହି ଭୁଲି ପାରିବେ ନାହିଁ ।ଲେଖାଟି ବହୁତ୍ ବଢିଆ ହୋଇଛି।