କବିତା
ଶୀତ ମାଉସୀ

ନଇଁନଇଁ ଆସେ ଶୀତ ମାଉସୀ
ଗେଣ୍ଡୁଫୁଲ ଟି ଚାହୁଁଚି ହସି
ମଧୁର ସୁରେ କହେ
ଧରଣୀ ରାଣୀ ତୋପାଇଁ ଏକା
ସ୍ବାଗତ ଗୀତ ଗାଏ।
ଥରି ଥରି ଆଈ ପୂଜା କରଇ
ରଙ୍ଗ ବେରଙ୍ଗର ଝୋଟି ଆଙ୍କଇ
ପକାଏ ହୁଳହୁଳି
ରାଇ ଦାମୋଦର ପୂଜା ପାଉଛନ୍ତି
ଆଈ ଜପୁଥାଏ ମାଳି।
ନଛିଆ ନନାର ମନ ହରଷ
ଧାନ ଅମଳ ହେଲାଣି ଶେଷ
କରେ ପରିବା ଚାଷ
ମୂଳା, କୋବି,ଶିମ୍ବ,ଟମାଟୋକୁ ଦେଖି
ପୂରିଯାଏ ତା` ପେଟ।
ମାଘମାସଟି ଧାଇଁ ଆସଇ
ଶୀତ ମାଉସୀ ବଳ କଷଇ
ପଶେ ସଭିଙ୍କ ଘରେ
ଅଳସୁଆଙ୍କୁ ମାଡି ବସଇ
ପରିଶ୍ରମୀଙ୍କୁ ଡରେ।

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
29-01-2024 / 18:48:36
ସୁନ୍ଦର ଶିଶୁ କବିତା।ପିଲାତ ମତାମତ ଦେଇ ସାରିଲେଣି। ଧନ୍ୟବାଦ।
ଶିବ ପ୍ରସାଦ ସାହୁ
29-01-2024 / 13:00:58
ବହୁତ ଭଲ ହୋଇଛି କବିତାଟି
Ayushman Panda
28-01-2024 / 10:41:29
ମୁଁ ୭ମ କ୍ଷ