କବିତା
କେମିତି ରଚିଛ

କେମିତି ରଚିଛ ସୁନ୍ଦର୍ ସୁନ୍ଦର ଦୁନିଆ
ପଡେ ନାହିଁ କିଛି ଜଣା
ସର୍ଜନାର କଥା ଭାବି ବସିଲେ ଯେ
ମନ ହୁଏ ବାଟ ବଣା। (୦)
ତୁମରି ହାତର ପରଶ ଏମିତି
ସବୁଠି ସୁନ୍ଦର ଧାରା
ଯେଉଁଠାରେ ଆଖି ପଡ଼ିଯିବ ସେଠି
ସରସତା ଖାଲି ଭରା
ଧରାରୁ ଆକାଶ ଯାହା ବି ପ୍ରକାଶ
ସବୁ ଲାଗେ ମନ ଜିଣା
ପଡେ ନାହିଁ କିଛି ଜଣା। (୧)
ନିର୍ଜୀବୁ ସଜୀବ ପ୍ରଣୀରୁ ଉଦ୍ଭିଦ
ସବୁ ସୁରେ ତୁମ ନାମ
ପଦେ ସେଇ ନାମ ଗାଇଦେଲେ ମନ
ହୋଇଉଠେ ଅନୁପମ
ରଙ୍ଗର ଢ଼ଙ୍ଗରେ ତୁମ କୀର୍ତ୍ତି ଝରେ
ବାଜି ଉଠେ ମନ ବୀଣା
ପଡ଼େ ନାହିଁ କିଛି ଜଣା। (୨)
ଖଣ୍ଡଗିରି,ଭୁବନେଶ୍ୱର – ୭୫୧୦୩୦

ଲେଖା ସମ୍ପର୍କୀୟ ମତାମତ
ନିରଞ୍ଜନ ପତି
30-01-2024 / 18:20:16
ଧନ୍ୟବାଦ ଅର୍ପଣ କରୁଛି ଭାଇ। ନମସ୍ତେ।
Bijayini Jhankar
30-01-2024 / 15:11:15
ମନଛୁଆଁ ହେଇଛି।
ହରପ୍ରିୟା ପଟ୍ଟନାୟକ
29-01-2024 / 17:39:56
ଶିଶୁ ମନଲାଖି ସୁନ୍ଦର ଗୀତି କବିତା। ଆନ୍ତରିକ ଅଭିନନ୍ଦନ।