Skip to content
ଶିଶୁ କିଶୋର

କବିତା

ସବୁରି ମନରେ ଫୁଟାଇ ହସ

ସବୁରି ମନରେ ଫୁଟାଇ  ହସ

ନୂଆ ସକାଳର ସୁନେଲି କିରଣ
ଧୋଇଦିଏ ଆସି ଧରଣୀ ପାଦ
ଝରଣାର ଜଳ ବହେ କଳ କଳ
ସାଗରେ ମିଶଇ କେଡେ ଆନନ୍ଦ/
ଶିଶିର ପରଶେ ତରୁ ପଲ୍ଲବିତ
ଗୁଳ୍ମଲତା ସବୁ ଉଠିଲେ ଚେଇଁ
ପ୍ରକୃତିର କୋଳ କରି ଉଲ୍ଲସିତ
ସୁରଭିତ ହେଲା ମରତ ଭୂଇଁ /
ଖରା ଛାଇ ଏଠି ଖେଳେ ଲୁଚକାଳି
ସବୁଜ କ୍ଷେତରେ ସିଆର କାଟେ
ଉଡେ ଗେଣ୍ଡାଳିଆ ଝାଡ଼ି ଦେଇ ପର
ଗୋହିରୀ ବିଲର ମହିଷା ପାଟେ /
ମଳୟ ପଵନ ହୋଇ ଆନମନା
ଗାଏ ବସନ୍ତର ମଧୁର ଗୀତି
ଆମ୍ବ ବଉଳର ଫଗୁଣ ମହକ
କୋଇଲିର କୁହୁ ଉଲ୍ଲାସେ ମତି /
ନୀଳ ଗଗନରେ ପୁନେଇଁର ଚାନ୍ଦ
ବାଣ୍ଟଇ ମହକ ସଜ ଶେଫାଳି
ସବୁରି ମନରେ ଫୁଟାଇ ହରସ
ପରାଣେ ପୁଲକ ଦିଅଇ ଢ଼ାଳି /

ଜିଏ -423, କୈଳାସ ବିହାର
ଶୈଳଶ୍ରୀ ବିହାର, ଭୁବନେଶ୍ୱର -21
ମୋ -9437281155

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ସଂଯୁକ୍ତା ପରିଚ୍ଛା

30-01-2024 / 14:37:00

ଶିଶୁ ମନଲାଖି ସୁନ୍ଦର କବିତାଟିଏ ।

ହରପ୍ରିୟା ପଟ୍ଟନାୟକ

29-01-2024 / 17:34:43

କବିତାଟି ଛନ୍ଦବନ୍ଧ ଓ ମନଛୁଆଁ।ଶିଶୁ ମନଲାଖି ହୋଇଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion