Skip to content
ଶିଶୁ କିଶୋର

କବିତା

ନୂଆଁ

ନୂଆଁ

ନୂଆଁ ଲାଗୁଥାଏ ଆକାଶ ରାଇଜେ
ସୂରୁଜ ଆସିଲେ ଉଇଁ
ନୂଆଁ ଲାଗୁଥାଇ କୁନି ବାଛୁରୀଟି
ଆସୁଥିଲେ ଧାଇଁ ଧାଇଁ।
ନୂଆଁ ଲାଗୁଥାଏ ଗଛ ଲତାମାନେ
ସବୁଜ ପତର ଧରି
ନୂଆଁ ଲାଗୁଥିଏ ସାଧବ ବୋହୁଟି
ଚାଲୁଥିଲେ ଥିରିଥିରି।
ନୂଆଁ ଲାଗୁଥାଏ ପହଲି ଆଷାଢେ
ଭିଜାଭିଜା ମାଟି ବାସ
ନୂଆଁ ଲାଗୁଥାଏ କୁନି ପିଲା ଓଠେ
ମିଠା ମିଠା ନାଲି ହସ।
ନୂଆଁ ଲାଗୁଥାଏ ପାହାଡ ଛାତିରୁ
ଖସି ଇସୁଥିଲେ ଝର
ନୂଆଁ ଲାଗୁଥାଇ ରଥର ଉପରେ
ବସିଲେ ତିନି ଠାକୁର।
ନୂଆଁ ନୂଆଁ ଲାଗେ ଗୁରୁ ଉପଦେଶ
ସଦାଚାରୀ ଛାତ୍ର ପାଇଁ
ନବୀନ ଚିନ୍ତନ ନବୀନ ଉତ୍ସାହେ
ଆଗକୁ ସେ ବଢୁଥାଇ।
ନୂଆଁ ଉଦ୍ଭାବନା ମନରେ ଆସଇ
ଅଭାବ ଯେବେ ପଡଇ
ନବ ନବ ଚିନ୍ତା ଏକତ୍ର କରିଣ
ସମାଧାନ କରୁଥାଇ।
ନବୀନ ଯୁଗର ଶିଷୁ ଆମେରେ
ହାରିବୁନି କେଉଁ କର୍ମେ
ନବ ପ୍ରତିଭା ଓ ନବ ଉନ୍ମାଦନା
ସଧୁଥିବୁ ସଦା ଧର୍ମେ।
∎
ଶିକ୍ଷକ,ଶ୍ରୀବିହାର,ଅନୁଗୋଳ।୮୮୯୫୯୧୨୪୨୧

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ବୀରେନ୍ଦ୍ର ମହାନ୍ତି

02-05-2025 / 14:11:22

ନିୟମିତ ଲେଖନ୍ତୁ। ବହୁତ ଭଲ କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion