କବିତା
ହେଲି ସୁନାପିଲା

ଶୁଣିଲି ଵସି କୋଇଲି ଗୀତ
ଭୁଲିଲି ସବୁ ଦୁଃଖ
ଶୁଆ ସାଥୀରେ ଵସିଲି ମିତ
ପାଇଲି କେତେ ସୁଖ ॥
ଗଛ ଛାଇରେ ପଢିଲି ପାଠ
ବାଧିଲା ନାହଁ ଖରା
ଗଛ ପାଖରେ ଥାଏ ପଵନ
ଶୀତଳ ଛାଇ ଭରା ॥
ଵସିଲି ଯାଇ ଘୋଡାପିଠିରେ
ପାଠ ପଢିଵା ଛାଡି
ଧାଇଁଲା ଘୋଡା ଵହୁତ ଦୂର
ସତେ ଯେମିତି ଗାଡି ॥
ତୋଳି ଆଣିକି ଗଛରୁ ଫୁଲ
ଗୁନ୍ଥିଲି ଏକ ହାର
ବିଭୁ ଗଳାରେ ଝୁଲାଇ ଦେଇ
ଢାଳିଲି ଲୁହଧାର ॥
ପୋତିଲି ଗଛ ମାଟି ଛାତିରେ
ଦେଇତା ମୂଳେ ଜଳ
ଗଛ ବଢ଼ିଲା ବଡ ହୋଇଲା
ଫଳିଲା ଡାଳେ ଫଳ ॥
ସକାଳ ହେଲା କଅଁଳ ଖରା
ଆକାଶୁ ଗଲା ଖସି
ଗଢ଼ିଲି ଏକ ସୁନ୍ଦର୍ ଘର
ବାଲି ଧୂଳିରେ ବସି ॥
ଛୋଟରୁ ବଡ ହେଲିିତ ଦିନେ
ସୁନାପିଲା ମୁଁ ହେଲି
ରଖିଲି ଟେକ ଗରବ ଯଶ
ଦୁଃଖ ଅଭାବ ଠେଲି ॥
କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ
ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
03-05-2025 / 08:16:08
କଵିତାଟି ବହୁତ ଭଲଲାଗିଲା।
ଡ. ବିଜୟା ପାତ୍ର
02-05-2025 / 18:52:06
ସୁନ୍ଦର ରଚନା। ଅତୀବ ମନମୁଗ୍ଧକର।
ବୀରେନ୍ଦ୍ର ମହାନ୍ତି
02-05-2025 / 14:09:16
ଓଡିଶା ରେ ଏକ ନମ୍ବର